ବାପାକୁ ୧୦,ମାଆକୁ ୧୩; ଅବୁଝା ପ୍ରେମର ଅବିଶ୍ବସନୀୟ ପରିଣତି

Published By : Prameya-News7 Bureau | January 24, 2020 IST

ବାପା-ମାଆ ହେବାର ବୟସ କେତେ ? ପ୍ରେମର ପରିଭାଷା କଣ? ପ୍ରେମ ଏବଂ ଶାରିରୀକା ସମ୍ପର୍କର ନୀତି ନିୟମ ତଥା ସମୟ , ବୟସ ନାହିଁ କି ? ଏତେସବୁ ପ୍ରଶ୍ନର କାରଣ ଗୋଟଏ ଗ୍ରହଣୀୟ ଉତ୍ତର ଯେ, ଅବିଶ୍ବାସ ଲାଗିଲେ ବି କିଛି ଘଟଣାକୁ ସତ ବୋଲି ଗ୍ରହଣ କରାଯାଏ, ଏବଂ କରିବାକୁ ମଧ୍ୟ ବାଧ୍ୟ । ରୁଷର ରିହେଲଜନଗ୍ରସ୍କ ସହରରେ ଘଟିଥିବା ଘଟଣାଟି ଏପରି ସ୍ଥିତି ସୃଷ୍ଟି କରିଛି । ୧୦ ବର୍ଷର ଜଣେ ବାଳକର ଔରସରୁ ଗର୍ଭବତୀ ହୋଇଛନ୍ତି ୧୩ବର୍ଷୀୟ ବାଳିକା । ସେମାନେ କୁଆଡେ ପରସ୍ପରକୁ ପ୍ରେମ କରନ୍ତି ।

{"id":215266,"sizeSlug":"large"}

ରୁଷର ରିହେଲଜନଗ୍ରସ୍କ ସହରରେ ଜଣେ ୧୩ବର୍ଷର ନାବାଳିକା ଗର୍ଭବତୀ ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ନାବାଳିକାଙ୍କ ଗର୍ଭରେ ବଢୁଥିବା ପିଲାପ ବାପା ଜଣେ ୧୦ବର୍ଷର ବାଳକ। ମେଡିକାଲରେ ଡାକ୍ତରଙ୍କ ପରୀକ୍ଷା ପରେ ନାବାଳିକାଙ୍କ ଗର୍ଭରେ ବଢୁଥିବା ପିଲାର ବାପାର  ହିଁ ତାଙ୍କ ପ୍ରେମିକା ବୋଲି କହିଛନ୍ତି । କିନ୍ତୁ ଡାକ୍ତରଙ୍କ ଅନୁଯାୟୀ ବାଳକର ବୟସ ଯେତିକି ରହିଛି, ବର୍ତ୍ତମାନ ସେ ବାପା ହୋଇପାରିବ ନାହିଁ ବୋଲି ଡାକ୍ତର କହିଛନ୍ତି । ନାବାଳିକାଙ୍କ ଏହି କଥା ଜଣେ ମନସ୍ବତ୍ତବିକ ମାନିଛନ୍ତି । ସେହିପରି ଉଭୟଙ୍କ ପରିବାର ଲୋକ ଏହାକୁ ସ୍ବାକୀର ମଧ୍ୟ କରିଛନ୍ତି । କିନ୍ତୁ ରିହେଲଜନଗ୍ରସ୍କ ସହରରେ ବାସ କରୁଥିବା ବାସୀନ୍ଦା ଏହାକୁ ଅସ୍ବୀକୀର କରୁଛନ୍ତି ।

{"id":215267,"sizeSlug":"large"}

ନାବାଳିକାଙ୍କ କହିବାନୁଯାୟୀ, ସେ ତାଙ୍କ ପ୍ରେମିକାଙ୍କ ସହ ଗତବର୍ଷ ଦେଖାଦେଇହୋଇଥିଲା । ଏବଂ ପ୍ରଥମ ଦେଖାରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଏକ ଟିଭି ସୋର ଭାଗ ନେଇ ଉଭୟ ଡାରିଆ ଓ ଇଭାନ ନିଜ ନିଜର ସମ୍ପର୍କ ବିଷୟରେ କହିଥିଲେ । ସୋରେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ଉଭୟ ଦମ୍ପତ୍ତି । ସେହିପରି “ଦ ରୂଷିଆ” ନାମକ ଏକ ଚ୍ୟାନେଲର ସୋ ‘Father at 10!? ନାମକ ଏକ କାହାଣୀରେ ମଧ୍ୟ ପ୍ରସାରିତ ହୋଇସାରିଛି ।  ଉଭୟ ଦମ୍ପତ୍ତିଙ୍କ ନାମ ଡାରିଆ ଓ ଇଭାନ ବୋଲି ଜଣାପଡିଛି

{"id":215268,"sizeSlug":"large"}

ଡାରିଆଙ୍କ ମେଡିକାଲ ପରୀକ୍ଷା ପରେ, ସେ ୮ସପ୍ତାହ ହେଲା ଗର୍ଭବତୀ ଅଛନ୍ତି ବୋଲି ଡାକ୍ତର କହିଛନ୍ତି ।  ସେହିପରି  ଇଭାନଙ୍କ ମେଡିକାଲ ଯାଞ୍ଚ ପରେ , ସେ  ବର୍ତ୍ତମାନ ସ୍ପର୍ମ ପ୍ରଡକ୍ସନ କରିବା ପାଇଁ  ଉପଯୁକ୍ତ ବୟସ ହୋଇନାହଁ । ଏବଂ ବାଳକଙ୍କ ବୟସରେ ପରିପକ୍ବତା ଆସିନାହିଁ । ତେଣୁ ସେ ଏବେ ବାପା ହୋଇପାରିବ ନାହିଁ ବୋଲି ଡାକ୍ତର କହିଥିଲେ । କିନ୍ତୁ ଯୁବତୀଜଣଙ୍କ ଏକଥାକୁ ସମ୍ପୂର୍ଣ୍ଣଭାବେ ଅସ୍ବୀକାର କରୁଛନ୍ତି । ଏବଂ ତାଙ୍କର  ଅନ୍ୟ କେହି ବନ୍ଧୁ ନାହାନ୍ତ ବୋଲି କହିଛନ୍ତି ।

ସେହିପରି ସ୍ଥାନୀୟ ଖବରକାଗଜ ମୁତାବିକ, ଦୁଇ ଜଣଙ୍କ ମେଡିକାଲ ଯାଞ୍ଚ ପାଇଁ ପରିବାର ଲୋକ ଅନୁମତି ଦେଇଛନ୍ତି ବୋଲି ସୂଚନା ରହିଛି । ସେହିପରି ଡାରିଆଙ୍କ ମାଆ ଏଲେନା କହିଛନ୍ତି ଯେ, ତାଙ୍କ ଝିଅ ସେ ଶିଶୁ ଜନ୍ମ ଦେବା ପାଇଁ ଚାହୁଁଛନ୍ତି । ଡାରିଆ ଗର୍ଭରେ ଶିଶୁର ବାପା କିଏ ବୋଲି ସ୍ବୀକାର କରିସାରିଛି । ସେପଟେ ଇଭାନଙ୍କ ମାଆ ମଧ୍ୟ ଏହି ଘଟଣାକୁ ସ୍ବୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.