ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବ୍ରେକ୍‌ଡ୍ୟାନ୍ସ ଝୁଲାରେ ବସିବା ହେଲା କାଳ, ହୃଦ୍‌ଘାତରେ ଚାଲିଗଲା ନାବାଳିକା ଜୀବନ

3/07/2022 at 3:40 PM

ବୋରିଗୁମ୍ମା, ୦୩।୦୭: ବ୍ରେକଡ୍ୟାନ୍ସ ଝୁଲାରେ ବସିବା ହେଲା କାଳ । ଖେଳ ଚାଲିଥିବା ବେଳେ ହଠାତ୍ ହୃଦଘାତରେ ଚାଲିଗଲା ଜୀବନ l କୋଟପାଡ଼ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୋଟପାଡ଼ ସହରରେ ରଥଯାତ୍ରା ପାଇଁ ଚାଲିଥିଲା ମିନାବଜାର। ବିଭିନ୍ନ ଖେଳ ସହ ବ୍ରେକଡେନ୍ସର ଖେଳ ମଧ୍ୟ ରହିଥିଲା। ଏହି ଖେଳପାଇଁ ବସିଥିବା ସମୟରେ କୋଟପାଡ଼ ମିର୍ଗାନସାହି ନିବାସୀ ମହମ୍ମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନଙ୍କ ହୃଦଘାତରେ ମୃତ୍ୟୁ ଘଟିଛି l

ଝୁଲାରେ ବସି ଗୋଟିଏ ରାଉଣ୍ଡ ବୁଲିବା ପରେ ଆଲଫିଆଙ୍କ ଉଡିଯାଇଥିଲା ପ୍ରାଣବାୟୁ l କୋଟପାଡ଼ ସହର ଏକ ଭାଇଚାରାର ସହର । ପ୍ରତ୍ୟେକ ସମ୍ପ୍ରଦାୟର ପର୍ବ ପର୍ବାଣୀରେ ସଭିଏଁ ମିଶି ସହଯୋଗ କରନ୍ତି । ଘଣ୍ଟ ଯାତ୍ରା ହେଉ କିମ୍ବା ରଥଯାତ୍ରା ସବୁ ସମ୍ପ୍ରଦାୟର ଲୋକେ ଯାତ୍ରାର ଭରପୁର ଆନନ୍ଦ ନିୟନ୍ତି l ଏଭଳି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ସୃଷ୍ଟି କରିଛି l

   Related Posts