ମର୍ମନ୍ତୁଦ ଦୁର୍ଘଟଣା : ବସ୍-ଟ୍ରକ୍ ଧକ୍କା, ୧୩ମୃତ, ୪୦ରୁ ଅଧିକ ଆହତ

Published By : Prameya-News7 Bureau | February 13, 2020 IST

ଫିରୋଜାବାଦ ୧୩।୨: ଉତ୍ତରପ୍ରଦେଶ ଫିରୋଜାବାଦ ସ୍ଥିତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ୍ କୁ ଧକ୍କା ଦେଇଛି ବସ୍ । ଦୁର୍ଘଟଣା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୪୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଟ୍ରକ୍ ଚକ ପଙ୍କଚର ହେବା ଯୋଗୁଁ ରାସ୍ତା କଡରେ ଠିଆ ହୋଇଥିଲା । ସେହି ରାସ୍ତାରେ ଆସୁଥିବା ଏକ ବସ୍ ଟ୍ରକ୍ କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ପୋଲିସର ସୂଚନା ଅନୁସାରେ ବସ୍ ରେ ପ୍ରାୟ ୪୫ଜଣ ଯାତ୍ରୀ ଥିଲେ । ଆହତ ଯାତ୍ରୀଙ୍କୁ ସୈଫଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଦୁର୍ଘଟଣାର ସଠିକ୍ କାରଣ ଜଣାପଡିନାହିଁ । ଡ୍ରାଇଭରର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.