କଟକରୁ ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, କୋଲକାତାକୁ ହେଉଥିଲା ଚାଲାଣ

Published By : Prameya-News7 Bureau | May 28, 2022 IST

କଟକ: କଟକ ଜଗତପୁର ଗୋଲେଇ ଛକ ନିକଟରୁ ୧୩୦ କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଗାଞ୍ଜେଇର ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ  ବିହାର ବାସିନ୍ଦା ରାଜୀବ କୁମାର ଓ ଜ୍ୟାକି ବିଶ୍ଵକର୍ମା । ଉଭୟ ଅଭିଯୁକ୍ତ ଏକ ବୋଲେରୋ ଜିପ୍ ଜରିଆରେ କୋଲକାତା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଗତପୁର ଠାରେ ଧରା ପଡ଼ିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.