ଲକଡାଉନ୍‌ରେ ଗୁଜରାଟ ଦାହୋଦ ଜେଲରୁ ୧୩ କୁଖ୍ୟାତ ଅପରାଧୀ ଫେରାର

Published By : Prameya-News7 Bureau | May 01, 2020 IST

ଦାହୋଦ ୧।୫: ଗୁଜୁରାଟ ଦାହୋଦ ଉପକାରାଗାରରୁ ୧୩ ବିଚାରାଧୀନ ବନ୍ଦୀ ତାଲା ଭାଙ୍ଗି ଖସି ପଳାଇଛନ୍ତି। ଗୁରୁବାର ତାରି ପ୍ରାୟ ୩ଟା ବେଳେ ସେମାନେ ଜେଲରୁ ଖସି ପଳାଇଥିବା ବେଳେ ଘଟଣା ଶୁକ୍ରବାର ଶକାଳେ ଜଣାପଡିଛି। ଏନେଇ ପୋଲିସକୁ ସୂଚିତ କରାଯାଇଥିବା ବେଳେ ଜିଲ୍ଲା ଏସପି ହିତେଶ ଜୋୟସର ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ସମସ୍ତ ଫେରାର ବନ୍ଦୀ ଗୁରୁତର ଅପରାଧରେ ଗିରଫ ହୋଇଥିବାର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି।

{"id":263064,"sizeSlug":"large"}

ଜେଲରୁ ଫେରାର ସମସ୍ତ ବନ୍ଦୀ ସେଲ ନମ୍ବର-୧ ଓ ୩ରେ ବନ୍ଦୀ ଥିଲେ। ଏଣୁ ଘଟଣାରେ  ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। କ୍ରାଇମବ୍ରାଞ୍ଚର କିଛି ଅଧିକାରୀ ମଧ୍ୟ ଜେଲକୁ ଯାଇ ତଦନ୍ତ କରି ଫେରିଛନ୍ତି। ଜେଲ ପରିସରରେ ଏବେ ବାହରର ପୋଲିସ ଫୋର୍ସ ଅବସ୍ଥାନ କରୁଛନ୍ତି। ଏଣୁ କୈଦୀଙ୍କ ଫେରାର ହେବାରେ ସେମାନଙ୍କର ହାତ ଥାଇପାରେ ବୋଲି ଆଶଙ୍କା କରାଯାଉଛି।

{"id":263065,"sizeSlug":"large"}

ଏହି ଉପକାରାଗାରରୁ କୈଦୀ ଫେରାର ହେବା କିଛି ନୂଆ କଥା ନୁହେଁ। ପ୍ରାୟ ୩ ମାସ ପୂର୍ବେ ଜଣେ ବନ୍ଦୀ ଜେଲରୁ ଖସି ପଳାଇଥିଲା। ଏ ନେଇ ଜେଲ କର୍ତ୍ତୃପକ୍ଷ ପୋଲିସରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ ୩ ମାସ ପରେ ବି ବନ୍ଦୀଙ୍କୁ ଗିରଫ କରିପାରିନଥିବା ବେଳେ ଏବେ ଏକକାଳୀନ ୧୩ ଜଣ କୈଦୀ ଜେଲ ଭାଙ୍ଗି ପଳାଇବା ଉପକାରାଗାରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କୈଦୀଙ୍କ ଫେରାର ନେଇ ଦେବଗଡ-ବାରିଆ ଉପ ଜେଲ ଅଧିକାରୀ ପୁନମଚନ୍ଦ ରାଣା ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.