୧୩ଟି ମେଡିକାଲ ପାଇଁ ନିଯୁକ୍ତ ହେବେ ବରିଷ୍ଠ ଆଇଏଏସ୍ ଅଫିସର ପରଖିବେ କାର୍ଯ୍ୟଶୈଳୀ ଓ ଭିତ୍ତିଭୂମି

Published By : Prameya-News7 Bureau | October 30, 2019 IST

ଭୁବନେଶ୍ୱର ୩୦।୧୦: ଏବେ ଆଉ ଡାକ୍ତର ନୁହଁନ୍ତି ମେଡିକାଲ ଜଗିବେ ବରିଷ୍ଠ ଆଇଏଏସ୍ ଅଫିସର । ୧୩ଟି ମେଡିକାଲ ପାଇଁ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ହସ୍ପିଟାଲମାନଙ୍କର  କାର୍ଯ୍ୟଶୈଳୀ ଓ ଭିତ୍ତିଭୂମି ପରଖିବେ ଏହି ଅଧିକାରୀମାନେ।

ମେଡିକାଲରେ ରୋଗୀ ସେବା କିଭଳି ହେଉଛି ତାହା ଏହି ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିବେ। ବୁର୍ଲାର ଭିମସାର ଓ ସୁନ୍ଦରଗଡ଼ର ଏନଟିପିସି ମେଡ଼ିକାଲ ଦାୟିତ୍ୱରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ଥିବା ବେଳେ । ପ୍ରଦୀପ୍ତ ମହାପାତ୍ରଙ୍କୁ ବାଲେଶ୍ୱର ଓ ବ୍ରହ୍ମପୁର ଜିଲ୍ଲା ମେଡ଼ିକାଲର ଦାୟିତ୍ୱ ଦିଆଯାଇଛି। କେନ୍ଦୁଝରରେ ଆର.କେ.ଶର୍ମା ଓ ଯାଜପୁରରେ ମୋନା ଶର୍ମା ହସ୍ପିଟାଲମାନଙ୍କର ତଦାରଖ କରିବେ।

ସେହିପରି ଅନୁଗୁଳରେ ଅନୁ ଗର୍ଗ, ବଲାଙ୍ଗିର ଓ କନ୍ଧମାଳ ମେଡ଼ିକାଲ ଦାୟିତ୍ୱରେ ନିକୁଞ୍ଜ ବିହାରୀ ଧଳ ରହିବେ । ମୟୁରଭଞ୍ଜରେ ସୁରେନ୍ଦ୍ର କୁମାର, କୋରାପୁଟ ମେଡ଼ିକାଲ ରେ ଏ.କେ.ମୀନା, କଳାହାଣ୍ଡି ମେଡ଼ିକାଲରେ ହେମନ୍ତ ଶର୍ମା ଓ ପୁରୀ ଦାୟିତ୍ୱରେ କ୍ରିଷନ କୁମାରଙ୍କୁ ନିଯୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.