ଭୟାବହ ଅଗ୍ନିକାଣ୍ଡ : ୧୩ ବଖରା ଘର ପୋଡି ପାଉଁଶ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
29/02/2020 at 8:30 AM

ଭୁବନ ୨୯।୨: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ମା’ ଓ ପୁଅ ।

ଗାଁର ଧନୁ ପ୍ରଧାନଙ୍କର ଦୁଇ ବଖରା, ଶରତ ପଧାନଙ୍କର ଦୁଇ ବଖରା, କାର୍ତ୍ତିକ ପ୍ରଧାନଙ୍କର ତିନି ବଖରା, ନାରାୟଣ ପ୍ରଧାନଙ୍କର ଦୁଇ ବଖରା ଏବଂ ବିଶ୍ବନାଥ ପ୍ରଧାନଙ୍କର ଚାରି ବଖରା ଜଳିଯିବା ସହିତ ବିଶ୍ବନାଥ ପ୍ରଧାନ ଝିଅ ବିବାହ ପାଇଁ ରଖିଥିବା ଆସବାସପତ୍ର ପୋଡି ପାଉଁଶ ହୋଇଯାଇଛି ।

ଅଗ୍ନିକାଣ୍ଡରେ ୩ଟି ପରିବାରର ୧୩ ବଖରା ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଭୁବନ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023