ମୃତ୍ୟୁ ଏମିତି ବି ଆସେ : ବାରଙ୍ଗା ନଦୀ ପାଣି ପାହାଡ଼ ଦେଇ ଧସେଇ ପଶିଲା ଆଉ ଖାଇଲା ୧୩ ଜୀବନ, ଏବେ ଖାଲି କରୁଣ କାନ୍ଦ
13/10/2018 at 7:33 PM

ମୃତ୍ୟୁ ଏମିତି ବି ଆସେ । ବର୍ଷା ପବନରୁ ରକ୍ଷା ପାଇବା ପାଇଁ ଯେଉଁ ପାହାଡ଼ର ଗୁମ୍ଫାରେ ଆଶ୍ରୟ ନେଇଥିଲେ ମୃତ୍ୟୁ ସେହି ପାହାଡ଼ରୁ ମାଡ଼ି ଆସିଥିଲା।ଆଉ ୧୩ ଜଣଙ୍କ ଜୀବନ ନେଇଗଲା। ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ଏହି ଦୁଃଖଦ ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି।
ବିକ୍ଷିପ୍ତ ଭାବେ ପଡ଼ି ରହିଛି ମୃତଦେହ। ମାଡ଼ିଯାଇଛି ମାଟି କାଦୁଅ। ଖଣ୍ଡ ଖଣ୍ଡ ପଥର ଭିତରେ ପଡ଼ି ରହିଛି ମୃତଦେହ। ଆଉ ଆଖପାଖରେ ଭୋ ଭୋ ହୋଇ କାନ୍ଦୁଛନ୍ତି ସଂପର୍କିୟମାନେ। ଆଖି ଲୁହ ବହିଯାଉଛି। ଆଜି ଯେଉଁ ଝରଣା କଳକଳ ବହୁଛି ସେଦିନ ଏହା ନେଇଥିଲା ରାକ୍ଷସୀ ରୂପ। ସମସ୍ତଙ୍କୁ ଯେମିତି ଗୋଟିଏ ଆଁରେ ଗିଳିଦେଲା। ଗଜପତିର ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ଼ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ ଛୁଇଁଛି । ଏବେ ବି ୩ଜଣ ନିଖୋଜ ଅଛନ୍ତି । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଛି ନ୍ୟୁଜ୍ 7 । ମୃତକଙ୍କ ମଧ୍ୟରେ ୫ ପୁରୁଷ, ୪ ମହିଳା ଏବଂ ୪ ଶିଶୁ । ତିତଲିର ତାଣ୍ଡବ ଏବେ ପ୍ରକୋପରେ ୫ପରିବାରର ୧୩ଜଣ ଆଖି ବୁଜିଛନ୍ତି । ଘଟଣା ସ୍ଥଳରେ ପହଞ୍ଚିଛି ନ୍ୟୁଜ ସେଭେନ। ଦେଖିଛି ଘଟଣା ସ୍ଥଳର ଦୁର୍ଦ୍ଦଶା।
ବାରଘର ଗାଁର ସବୁ ଲୋକ ଟିଣ ଛପର ଘରେ ରହୁଥିଲେ । ଚାରିଆଡ଼େ ଯେତେବେଳେ ତିତିଲିର ଗର୍ଜନ ତର୍ଜନ ଚାଲିଥିଲା। ଘରଦ୍ବାର ସବୁ ଭାସିଯିବାକୁ ବସିଥିଲା। ଟିଣ ଛପର ଉଡ଼ିଗଲା। ନିଜ ପରିବାର ସଦସ୍ୟଙ୍କ ସହିତ ଏହି ଲୋକମାନେ ଚାଲିଆସିଥିଲେ ପାହାଡ଼ ନିକଟ ଗୁମ୍ଫାକୁ। ସତେ ଯେମିତି ମୃତ୍ୟୁ ସେମାନଙ୍କୁ ସେଠାକୁ ଟାଣି ନେଇଥିଲା। ବାରଙ୍ଗା ନଦୀ ପାଣି ପାହାଡ଼ ଦେଇ ଧସେଇ ପଶିଥିଲା । ସଂପୂର୍ଣ୍ଣ ଗାଁକୁ ଧେ।ଇ ନେଇଥିଲା ପ୍ରଖର ସ୍ରେ।ତ। ହାତ ଧରାଧରି ହୋଇ ଯେଉଁ ଗୁମ୍ଫାରେ ଆଶ୍ରୟ ନେଇଥିଲେ ସେହିଠାରେ ଅତଡ଼ା ଧସିଥିଲା। ସମସ୍ତଙ୍କୁ ଭସେଇ ନେଇଥିଲା। ପୋତି ପକେଇଥିଲା। ସାରା ଗାଁ ପାଣିରେ ଭାସି ଯାଇଥିବାରୁ ଲୋକେ ରାସ୍ତା ଉପରେ ଆଶ୍ରୟ ନେଇଥିବା ନ୍ୟୁଜ ସେଭେନ୍ ଟିମ୍ ଦେଖିବାକୁ ପାଇଛି ।
ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଘଟଣାସ୍ଥଳରେ ଖବର ବି ଆସିନଥିଲା। ପାହାଡ଼ ଧସିବା ଦେଖି କିଛି ଲେ।କ ସେ ସ୍ଥାନ ଛାଡ଼ି ପଳାଇଥିଲେ । ଖବର ପାଇ ପ୍ରଶାସନ ସେଠାରେ ପହଞ୍ଚିବାକୁ ଚେଷ୍ଟା କରିଛି। ସେମାନଙ୍କ ପାଖରେ ମଧ୍ୟ ସହାୟତା ପହଞ୍ଚିପାରିନି।