ଗଜପତିରେ ପାହାଡ ଧସି ୧୩ ମୃତ ; ୧୩ ଜଣଙ୍କ ମୃତଦେହ ଠାବ, ୩ ନିଖୋଜ

Published By : Prameya-News7 Bureau | October 13, 2018 IST

ଗଜପତି ୧୩/୧୦ : ଗଜପତି ଜିଲ୍ଲା ଗଙ୍ଗାବାଡ ପଂଚାୟତରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ରେ ପହଂଚିଛି | ଏବେ ମଧ୍ୟ ୩ଜଣ ନିଖୋଜ ଅଛନ୍ତି | ମୃତକଙ୍କ ମଧ୍ୟରେ ୫ଜଣ ପୁରୁଷ ୪ଜଣ ମହିଳା ଏବଂ ୪ଜଣ ଶିଶୁ ରହିଛନ୍ତି | ବାତ୍ୟା ତିତିଲିର ତାଣ୍ଡବରେ ୫ ପରିବାରର ୧୩ ଜଣଙ୍କର ମୃତ୍ୟୁ ହୋଇଛି | ଗାଁର ସମସ୍ତେ ଟିଣ ଛପର ଘରେ ରହୁଥିଲେ | ବାତ୍ୟାରେ ଘର ଛପର ଉଡିଯାଇଥିଲା | ବାରଙ୍ଗା ନଦୀ ପାଣି ପାହାଡ ଧସେଇ ପଶିଥିଲା | ସମ୍ପୂର୍ଣ ଗାଁକୁ ଧୋଇ ନେଇଥିଲା ନଦୀର ପ୍ରଖର ସ୍ରୋତ | ଗାଁ ସାରା ଲୋକ ଆଶ୍ରୟ ନେବା ପାଇଁ ପାହାଡକୁ ପଳାଇଥିଲେ | ପାହାଡ ଧସିବା ଦେଖି ଲୋକେ ସେ ସ୍ଥାନ ଛାଡି ପଳାଇଥିଲେ | କିନ୍ତୁ ୫ ପରିବାରର ୧୬ଜଣ ପଥର ଖୋଲରେ ଆଶ୍ରୟ ନେଇଥିଲେ | ଫଳରେ ପାଣି ଓ ମାଟି ସୁଅରେ ସମସ୍ତେ ଭାସି ଯାଇଥିଲେ | ତେବେ ଦୁର୍ଗମ ଅଂଚଳ ହୋଇଥିବାରୁ ପ୍ରଶାସନ ପହଂଚି ପାରିନଥିଲା | ତେବେ ଘଟଣାସ୍ଥଳରେ ନ୍ୟୁଜ୍ 7 ଟିମ ପହଂଚିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.