ଖଣ୍ଡପଡା ଏନଏସିରେ ବ୍ୟାପକ ଅବବ୍ୟସ୍ଥା, ନ୍ୟାୟ ଦାବିରେ ଝାଡୁଦାରଙ୍କ ଧାରଣା ୧୩ ଦିନରେ ପହଞ୍ଚିଲା
7/09/2022 at 9:16 AM

ନୟାଗଡ ୦୭/୦୯: ନୟାଗଡ ଖଣ୍ଡପଡା ଏନଏସିରେ ବ୍ୟାପକ ଅବବ୍ୟସ୍ଥା ଦେଖିବାକୁ ମିଳିଛି । ନ୍ୟାୟ ଦାବିରେ ଝାଡୁଦାର ମାନେ ୧୩ ଦିନ ହେବ ଧାରଣାରେ ବସିଥିବାବେଳେ ଉଠିପାରୁନାହି ଆଳିହା । ଚାରିଆଡେ କୂଢ କୂଢ ଆବର୍ଜନା ପଡି ରହିଥିବାବେଳେ ବିପର୍ଯ୍ୟସ୍ଥ ହୋଇପଡିଛି ପରିମଳ ବ୍ୟବସ୍ଥା ଫଳରେ ଜନ ଅସନ୍ତୋଷ ବଢିବାବରେ ଲାଗିଛି ।
ସହରର ମୁଖ୍ୟ ଭାବେ ଏହି ଅଞ୍ଚଳଟି ଜଣାଶୁଣା ହୋଇଥିବାବେଳେ ପ୍ରତିଦିନ ସହ ସହ ଲୋକଙ୍କ ଯାତାୟାତ ଏଠାରେ ଲାଗି ରହିଥାଏ । ହେଲେ ଜମି ରହିଥିବା କୂଢ କୂଢ ଅଳିହା ପାଇଁ ସମସ୍ତେ ନାକ ଟେକନ୍ତି । କେବଳ ରଥଗଢା ଛକ ନୁହେଁ ଖଣ୍ଡପଡା ଏନଏସିର ୧୩ ଗୋଟି ୱାର୍ଡ ମାନଙ୍କରେ ସମାନ ଅବସ୍ଥା ।

ସଫେଇର ଘରୋଇ କରଣକୁ ବିରୋଧ କରି ଝାଡୁଦାର ମାନେ ୧୩ ଦିନ ହେବ ଧାରଣା ରେ ବସିଥିବାବେଳେ ସହର ସାରା କୂଢ କୂଢ ଅଳିହା ଗଦା ହୋଇ ରହିଛି । ଅଳିହା ଗୁଡିକରୁ ଦୁର୍ଗନ୍ଧ ବାହାରୁଥିବାବେଳେ ସେହି ବାଟ ଦେଇ ଯାତାୟାତ ମୁସ୍କିଲ ହୋଇପଡୁଛି ।