୧୩ ଦେଶ ମିଶି ୧୬୩ଟି ଘୁର୍ଣ୍ଣିବଳୟର ନାମକରଣ କରିଛନ୍ତି : କେଉଁ ଦେଶ କେଉଁ ନାଁ ପ୍ରସ୍ତାବ କରିଛନ୍ତି ଜାଣନ୍ତୁ

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯/୦୪ : ଉତ୍ତର ହିନ୍ଦୁ ମହାସାଗର ଓ ଆରବ ସାଗରରେ ଭବିଷ୍ୟତରେ ହେବାକୁ ଥିବା ଘୁର୍ଣ୍ଣିବଳୟର ନାଁ ସାହିନ, ଗୁଲାବ, ତେଜ, ଅଗ୍ନି,ଆଗ ରଖିଛନ୍ତି | ୧୩ ଦେଶ ଭବିଷ୍ୟତରେ ଆସିବାକୁ ଥିବା ୧୬୩ ଘୁର୍ଣ୍ଣିବଳୟର ନାଁ ଚୟନ କରିଛନ୍ତି ସେହି ନାଁରେ ଏହିସବୁ ନାଁ ସାମିଲ ରହିଛି | ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ଦିନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ଏହା ପୂର୍ବରୁ ୨୦୦୪ ମସିହାରେ ୮ଟି ଦେଶ ମିଶି ଘୁର୍ଣ୍ଣିବଳୟର ନାମକରଣ କରିଥିଲେ | ସେତେବେଏ ନିର୍ଧାରିତ ନାମ ଉତ୍ତର ମହାସାଗର, ବଙ୍ଗୋପସାଗର ଓ ଆରବ ସାଗରରେ ଆସିଥିବା ଘୁର୍ଣ୍ଣିବଳୟରେ ସାରି ଯାଇଥିଲା | ଏହି ସବୁ ସାଗରରେ ଆଗକୁ ହେବାକୁ ଥିବା ଘୁର୍ଣ୍ଣିବଳୟର ନାଁ 'ଅମ୍ଫାନ' ହେବ | ଏହି ନାଁ ଥାଇଲ୍ୟାଣ୍ଡ ପ୍ରସ୍ତାବିତ କରିଛି | ୨୦୦୪ ମସିହାରେ ନାମକରଣ ହୋଇଥିବା ତାଲିକାର ଏହା ହେଉଛି ସସି ନାମ |

{"id":261906,"sizeSlug":"large"}

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଭବିଷ୍ୟତରେ ହେବାକୁ ଥିବା ଘୁର୍ଣ୍ଣିବଳୟର ନାମକରଣ ପାଇଁ ୨୦୧୮ ମସିହାରେ ଏକ କମିଟି ଗଠନ କରାଯାଇଥିଲା | ବାଙ୍ଗଲାଦେଶ, ଭାରତ, ଇରାନ, ମାଳଦ୍ଵୀପ, ମିଆଁମାର, ଓମାନ, ପାକିସ୍ତାନ, କତର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ସଂଯୁକ୍ତ ଆରବ ଓ ୟେମେନ ୧୩-୧୩ ନାମ ପରାମର୍ଶ କରିଛନ୍ତି | ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏହି ନାଁ ମଧ୍ୟରୁ ଯେଉଁ ୧୩ ନାଁ ବଛାଯାଇଛି ସେଗୁଡିକ ହେଲା ବାଙ୍ଗଲାଦେଶ ଦ୍ୱାରା ପ୍ରସ୍ତାବିତ ଅର୍ଣ୍ଣବ, କତର ଦ୍ୱାରା ପ୍ରସ୍ତାବିତ ସାହିନ, ପାକିସ୍ତାନ ଦ୍ୱାରା ପ୍ରସ୍ତାବିତ ଲୁଲୁ, ମିଆଁମାର ଦ୍ୱାରା ପ୍ରସ୍ତାବିତ ପିଙ୍କୁ, କତର ଦ୍ୱାରା ପ୍ରସ୍ତାବିତ ବହାର, ଭାରତ ଦ୍ୱାରା ପ୍ରସ୍ତାବିତ ଗତି, ତେଜ ଓ ମୁରାସୁ, ଆଗ, ନୀର, ପ୍ରଭଞ୍ଜନ, ଘୃଣି, ଅମ୍ବୁଧ, ଜଳଧି, ୱେଗ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.