ଅଧିକ ସଂକ୍ରମିତ ୧୩ ଜିଲ୍ଲାବାସୀଙ୍କୁ ଏହି ଜିଲ୍ଲାରେ ପ୍ରବେଶ ମନା, ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସୁଥିଲେ ୧୪ ଦିନ ବାଧ୍ୟତାମୂଳକ କ୍ଵାରେଣ୍ଟାଇନ

Published By : Prameya-News7 Bureau | July 11, 2020 IST

ମାଲକାନଗିରି ୧୧।୦୭: ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ବାହାର ଜିଲ୍ଲାର ଲୋକଙ୍କ ପ୍ରବେଶ ଦ୍ଵାରା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସଂକ୍ରମଣପ୍ରବଣ ୧୩ଟି ଜିଲ୍ଲାର ଲୋକମାନଙ୍କୁ ମାଲକାନଗିରି ଜିଲ୍ଲାକୁ ପ୍ରବେଶ ବାରଣ କରାଯାଇଛି।

ସେହି  ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ଖୋର୍ଦ୍ଧା(ଭୁବେନଶ୍ଵର), ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, ଗଜପତି, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ଵର। ନିହାତି ଜରୁରୀ କାମ ଥିଲେ କେହି ବ୍ୟକ୍ତି ହଟ୍‌ସ୍ପଟ୍‌ ଅଞ୍ଚଳରୁ ମାଲକାନଗିରି ଜିଲ୍ଲାକୁ ଆସୁଥିଲେ ସେମାନଙ୍କୁ ୧୪ ଦିନ କ୍ଵାରେଣ୍ଟାଇନ୍‌ରେ ରହିବା ପାଇଁ ବାଧ୍ୟ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲ ଟୁଇଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ଇତି ମଧ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୧୩୪ରେ ପହଞ୍ଚିଥିବା ବେଳେ ୧୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟ ୩୩ ଜଣ ସଂକ୍ରମିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କରୋନା ସଂକ୍ରମଣଠାରୁ ଦୂରରେ ରହିବା ପାଇଁ ସଟଡାଉନ ନିୟମ ପାଳନ କରି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡଓ୍ଵାସ୍ ହାତ ଧୁଅନ୍ତୁ, ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟ ରଖନ୍ତୁ। କୋଭିଡ୍ ୧୯ ନିୟମ ସହ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମକୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.