ରାତିରେ ଅଚାନକ କୁଆଡ଼େ ଉଭାନ ହୋଇଗଲେ ୧୩ ଜଣ ପିଲା? ବାଳାଶ୍ରମ କର୍ତ୍ତୃପକ୍ଷ କରୁଥିଲେ କ'ଣ?

Published By : Prameya-News7 Bureau | January 07, 2020 IST

ବ୍ରହ୍ମପୁର୭/୧: ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ ଗାଏବ୍‌ ହୋଇଯାଇଛନ୍ତି ୧୩ଜଣ ପିଲା । ଯାହାକୁ ନେଇ ସାଧାରଣରେ ଉଦ୍‌ବେଗ ଦେଖାଦେଇଛି । ପିଲା ନ ଥିବା ଖବର ପାଇବା ପରେ ସ୍ଥାନୀୟ ଗୋସାଣି ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି ବାଳାଶ୍ରମ କର୍ତ୍ତୃପକ୍ଷ। ଜିଲ୍ଲାରେ ଏମିତି ଗୋଟେ ଘଟଣା ପରେ ବାଳାଶ୍ରମରେ ପିଲାଙ୍କ ସୁରକ୍ଷା ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

{"id":208254,"sizeSlug":"large"}

ଏପଟେ ସରକାର ଶିଶୁଙ୍କ ସୁରକ୍ଷା ଏବଂ ସେମାନଙ୍କ ଲାଳନପାଳନ ପାଇଁ ବାଳାଶ୍ରମଗୁଡ଼ିକୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଦେଉଛନ୍ତି । ହେଲେ ସେପଟେ ସରକାରୀ ଟଙ୍କାରେ ପିଲାଙ୍କ ଯତ୍ନ ନେବେ କ’ଣ ଅଏସ୍‌ କରୁଛନ୍ତି ବାଳାଶ୍ରମ କର୍ତ୍ତୃପକ୍ଷ । ପିଲାଙ୍କ ଖାଇବା ପିଇବା କଥା ତ ଛାଡ଼ନ୍ତୁ ସେମାନଙ୍କ ସୁରକ୍ଷା ପ୍ରତି ମଧ୍ୟ କାହାର ନଜର ନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁର ଉତ୍କଳ ବାଳାଶ୍ରମରେ ।

{"id":208255,"sizeSlug":"large"}

ଗତକାଲି ବିଳମ୍ବିତ ରାତିରେ ଏହି ବାଳାଶ୍ରମରୁ ୧୩ଜଣ ଝିଅ କୁଆଡ଼େ ଉଭାନ୍‌ ହୋଇଗଲେ ହେଲେ ଜାଣିପାରିଲେନି ବାଳାଶ୍ରମ କର୍ତ୍ତୃପକ୍ଷ । ଆଉ ଯେତେବେଳେ ଜାଣିଲେ ସେତେବେଳେ ଗୋସାଣି ନୂଆଗାଁ ଥାନାକୁ ଯାଇ ଅଭିଯୋଗ କରିଛନ୍ତି । ଆଉ ଜିଲ୍ଲା ପ୍ରଶାସନକୁ ଏକଥା ଜଣାଇଦେଇ ଚୁପ୍‌ ବସିପଡ଼ିଛନ୍ତି ଆଶ୍ରମ ସୁପରିନ୍‌ଟେଣ୍ଡେଣ୍ଟ୍‌ ।

{"id":208256,"sizeSlug":"large"}

ଗଞ୍ଜାମ ଜିଲ୍ଲାପାଳ କିନ୍ତୁ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଉପଜିଲ୍ଲାପାଳଙ୍କୁ ଆଶ୍ରମ ପରିଦର୍ଶନ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ତେବେ ଭୁବନେଶ୍ବର କମିଶନରେଟ୍‌ ପୋଲିସ କିଛି ପିଲାଙ୍କୁ ଉଦ୍ଧାର କରିଥିବା କୁହାଯାଉଛି ।

{"id":208257,"sizeSlug":"large"}

ଅସହାୟ ନାବାଳିକାମାନଙ୍କୁ ଏହି ବାଳାଶ୍ରମରେ ଆଶ୍ରୟ ଦିଆଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି କିନ୍ତୁ କାହାରି ନଜର ନାହିଁ । ପୂର୍ବରୁ ମଧ୍ୟ ଏହି ବାଳାଶ୍ରମରେ ଏଭଳି ଘଟଣା ଘଟିଛି । ଏଠାରୁ ଗାଏବ୍‌ କିଛି ପିଲାଙ୍କର ତ ଏଯାଏଁ ପତ୍ତା ମିଳିନି । ସେମାନଙ୍କର ନିଜର ବୋଲି କେହି ନାହାନ୍ତି ବୋଲି ଆଶ୍ରମ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କ ପ୍ରତି ବେଶ୍‌ ହେୟଜ୍ଞାନ କରିଆସିଛନ୍ତି । ଯାହାକୁ ନେଇ ସାଧାରଣରେ ଉଦ୍‌ବେଗ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.