ମଣିପୁରରେ ଚରମପନ୍ଥୀ ସଂଗଠନ ଓ ସେନା ମଧ୍ୟରେ ଗୁଳିବିନିମୟ: ୧୩ ମୃତଦେହ ଉଦ୍ଧାର

Published By : Prameya-News7 Bureau | December 04, 2023 IST

ନୂଆଦିଲ୍ଲୀ: ମଣିପୁରରେ ସେନା ସହ ଉଗ୍ରବାଦୀଙ୍କ ସଂଗ୍ରାମରେ ୧୩ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ଅପରାହ୍ନରେ ଟେଙ୍ଗନୁପାଲ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଆସାମ ରାଇଫଲ ସହ ଏହି ସଂଗଠନର ଗୁଳିବିନିମୟ ହୋଇଥିଲା।  

ସେନାର ଜଣେ ଅଫିସର ସୂଚନା ଦେଇ କହିଛନ୍ତି “ ଆମ ସେନା କର୍ମୀମାନେ ସେଠାରେ ପହଞ୍ଚିବା ପରେ ଲେଇଥୁ ଗାଁରେ ୧୩ ମୃତଦେହ ଉଦ୍ଧାର କରାଯାଇଛି। ହେଲେ ସେମାନଙ୍କ ଠାରୁ କୌଣସି ଅସ୍ତ୍ରଶସ୍ତ୍ର ମିଳି ନାହିଁ।” ତେବେ ମୃତକମାନେ ଲେଇଥୁ ଗାଁର ନୁହଁନ୍ତି, କିମ୍ବା ସ୍ଥାନୀୟ ବାସିନ୍ଦା ନୁହଁନ୍ତି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଅନ୍ୟଗ୍ରୁପ ସହ ଲଢ଼େଇ କରିବା ପାଇଁ ଏମାନେ ଆସିଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସୂଚନା ଥାଉକି ଡିସେମ୍ବର ୩ ତାରିଖରେ ଟେଙ୍ଗନୁପାଲ ଜିଲ୍ଲାର କୁକୀ-ଜୋ ଚରମପନ୍ଥୀ ସଂଗଠନ ସରକାର ମାଇତେଇ ଚରମପନ୍ଥୀ ସଂଗଠନ,ୟୁଏନ୍‌ଏଲ୍‌ଏଫ୍‌(ପାମ୍ବେଇ)ଙ୍କ ସହ ଶାନ୍ତି ବୁଝାମଣାକୁ ସ୍ୱାଗତ କରିଛନ୍ତି। ଶାନ୍ତି ଚୁକ୍ତି ପରେ ରବିବାର ମଣିପୁର ସରକାର ପରୀକ୍ଷାମୁଳକ ଭାବେ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.