କଳାହାଣ୍ଡି୩|୬ : ବଜ୍ରାଘାତରେ ନାବାଲିକା ଗୁରୁତର । ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ। କୋକସରା ବ୍ଳକ ପୋଡ଼ାଗୁଡା ପଞ୍ଚାୟତ କଛାରପଡା ଗ୍ରାମ ନାବାଳିକା ସସ୍ମିତା ନାଏକ( ୧୩) ବଜ୍ରପାତର ଶିକାର । ଆଜି କାଳବୈଶାଖି ବର୍ଷା ସହ ବଜ୍ରାଘାତ ହୋଇଛି । ଘରେ ଥିବା ସମୟରେ ହଠାତ ବଜ୍ରାଘାତରେ ଗୁରୁତର ପରେ ପରିବାର କୋକସରା ଗୋଷ୍ଠିସ୍ବାସ୍ଥକେନ୍ଦ୍ର କୁ ଆଣି ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଭବାନୀପାଟଣାକୁ ସ୍ଥାନାନ୍ତର କରିଛନ୍ତି ।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...