ପରୀକ୍ଷା ନଦେବା ପାଇଁ ଭଣଜାକୁ ଅପହରଣ କଲା ଯୁକ୍ତ ୨ ଛାତ୍ର, ଚିଠିରୁ ଖୋଲିଲା ରହସ୍ୟ

Published By : Prameya-News7 Bureau | March 02, 2020 IST

ଭୋପାଳ, ୦୨ ମାର୍ଚ୍ଚ:   ମଧ୍ୟପ୍ରଦେଶର ମୁରେନାରେ ବୋର୍ଡ ପରୀକ୍ଷା ନଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ର ଏପରି ଏକ କାମ କରିଛି ଯାହା ସମସ୍ତଙ୍କୁ ଚକିତ କରିଛି। ୧୮ ବର୍ଷର ଏହି ଛାତ୍ରଜଣଙ୍କ ନିଜ ୩ ବର୍ଷର ଭଣଜାକୁ ଅପହରଣର ନାଟକ ରଚିଛି। ଜୌରା ଥାନା ପୋଲିସ ମାମଲାର ତଦନ୍ତ ଆମ୍ଭ କରିଛି।

{"id":231843,"width":748,"height":420,"sizeSlug":"large"}

ପୋଲିସର କହିବାନୁସାରେ, ଅଭିଯୁକ୍ତ ରଣବୀର ନିଜ ୩ ବର୍ଷର ଭଣଜାକୁ ଶୋଇଥିବା ବେଳେ ଅପହରଣ କରିଥିଲା। ସେ ତାକୁ ଏକ ଦଉଡି ସାହଯ୍ୟରେ ବାନ୍ଧି ଘର ପାଖରେ ଥିବା ଏକ ଚାଷ ଜମିରେ ଲୁଚାଇ ଦେଇଥିଲା। ହଠାତ ରାତି ୩ଟାରେ ଶିଶୁଟିର ମା ଏହି ଘଟଣାର ଆଭାସ ପାଇ ଥାନାରେ ଅଭିଯୋଗ କରିଥିଲେ।  ପୋଲିସ ଏକ ନୋଟ ଜବତ କରିଥିଲ। ଯେଉଁଥିରେ ରଣବୀରକୁ ଶିଶୁକୁ ଖୋଜିବା ପାଇଁ ପଠାଯାଉ ବୋଲି ଉଲ୍ଲେଖ ରହିଥିଲା।

{"id":231844,"width":759,"height":433,"sizeSlug":"large"}

ଜିଲ୍ଲାର ଏସପି ଅସିତ ଯାଦବ ଘଟଣାସ୍ଥଳକୁ ଯାଇ ନୋଟ ଦେଖିଥିଲେ। ନୋଟରେ ରଣବୀର ପରୀକ୍ଷା ନଦେଉ ବୋଲି ମଧ୍ୟ ଲେଖାଯାଇଥିଲା। ଏହାପରେ ରଣବୀରକୁ ପଚରାଉଚରା ପରେ ସେ ସବୁ ସତ ମାନିନେଇଥିଲା। ଏହାପରେ ଶିଶୁକୁ ଉଦ୍ଧାର କରାଯାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ସାବାଳକ ହୋଇଥିବାରୁ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.