oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ମାଆ ପାଇଁ ଔଷଧ ଦରକାର, ସାନ ଭଉଣୀ ପାଠ ପଢିବ… ଖର୍ଚ୍ଚ ଉଠାଇବା ପାଇଁ ପୁଅ ବୋହୁଛି ମୃତଦେହ

21/06/2020 at 4:57 PM

ନୂଆଦିଲ୍ଲୀ, ୨୧|୦୬:  କଅଁଳ ବୟସରେ ଭାରି ପଡିଛି ଆର୍ଥିକ ବୋଝ । ମାଆର ଔଷଧ ପାଇଁ ପାଖରେ ପଇସା ନାହିଁ । ସ୍କୁଲ ଫିସ୍ ମଧ୍ୟ ଠିକସେ ଜମା କରିପାରୁ ନାହିଁ ଦ୍ୱାଦଶ ଶ୍ରେଣୀର ଛାତ୍ର । ଏହିଭଳି ପ୍ରତିକୂଳ ପରିସ୍ଥିତିରେ ଜୀବନକୁ ଖାତିର ନକରି ପେଟ ପୋଷିବା ପାଇଁ କରୋନା ସଂକ୍ରମିତଙ୍କ ମୃତଦେହ ଉଠାଇବା କାମ କରୁଛି ଏହି ବାଳକ ।

ନାଁ ଚାନ୍ଦ ମହମ୍ମଦ । ଦିଲ୍ଲୀର ସୀଲମପୁର ଅଞ୍ଚଳରେ ରହୁଥିବା ଏହି ଛାତ୍ରଜଣଙ୍କ ପରିବାର କହିଲେ ସେ, ତିନି ସାନ ଭଉଣୀ ଓ  ବୁଢୀ ମାଆ । ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ । ସେ ଥାଇରଏଡ ରୋଗରେ ଆକ୍ରାନନ୍ତ । ପ୍ରତିମାସରେ ଦରକାର ପଡେ ଔଷଧ । ବାପା କେବେଠୁ ଆରପାରିକୁ ଚାଲିଗଲେଣି । ଏହି ସମୟରେ ମୁଣ୍ଡ ଉପରେ ରହିଛି ପରିବାରର ବୋଝ । ଏପଟେ ସାନ ଭଉଣୀଙ୍କ ପାଠପଢା ମଧ୍ୟ ରହିଛି । ଏହିଭଳି ବିଷମ ପରିସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ଚାନ୍ଦ । ସେ ଗତ କିଛିଦିନ ପୂର୍ବରୁ ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ସଫେଇ କର୍ମଚାରୀ ଭାବେ କାମ ଆରମ୍ଭ କରିଛନ୍ତି । ତାଙ୍କୁ କରୋନା ମୃତକଙ୍କ ମୃତଦେହ ଉଠାଇବାକୁ ପଡୁଛି । ଯାହା ବେଶୀ ମାରାତ୍ମକ । କାରଣ ପାଦେ ପାଦେରେ ରହିଛି ସଂକ୍ରମଣର ବିପଦ । ତାଙ୍କୁ ଏହି କାମ ପାଇଁ ମାସକୁ ୧୭ ହଜାର ଟଙ୍କା ମିଳୁଛି ।

ହସ୍ପିଟାଲରେ ଚାକିରୀ କରିବା ପରେ ଚାନ୍ଦ କହିଛନ୍ତି ଯେ, ସେ କରୋନା ମୃତକଙ୍କୁ ସଂରକ୍ଷଣ ଗୃହକୁ ନେଇଯାଆନ୍ତି । ସେ ଏହି ସବୁ କାମ ପିପିଇ ପିନ୍ଧିକରି କରନ୍ତି । ଏହି କିଟ୍ ପିନ୍ଧିବା ଦ୍ୱାରା ଅନେକ ଅସୁବିଧାର ସାମ୍ନା କରିବାକୁ ହୁଏ । ଅତ୍ୟଧିକ ଗରମ ଲାଗିଥାଏ । ତେବେ ଏହି ଅସୁବିଧା ସତ୍ୱେ କୌଣସି ସଫେଇ କର୍ମଚାରୀଙ୍କ ହେଲଥ୍ ଇନସ୍ୟୁରାନ୍ସ ହୋଇନଥିବା ସେ ଅଭିଯୋଗ କରିଛନ୍ତି ।

   Related Posts