ଉନ୍ନତ ସ୍ବାସ୍ଥ୍ୟସେବା ଦାବିରେ ୧୨ ଘଣ୍ଟିଆ ଧୂଷୁରୀ ବନ୍ଦ

Published By : Prameya-News7 Bureau | December 06, 2019 IST

() ଉନ୍ନତ ସ୍ବାସ୍ଥ୍ୟସେବା ଦାବିରେ ୧୨ ଘଣ୍ଟିଆ ଧୂଷୁରୀ ବନ୍ଦ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଅଞ୍ଚଳରେ ୧୨ ଘଣ୍ଟିଆ ଚକ ଅଖ ବନ୍ଦ ପାଳନ ହେଉଛି । ଦୋକାନ ବଜାର ବନ୍ଦ ରହିଛି ।

{"id":194387,"sizeSlug":"large"}

ସୂଚନାଯୋଗ୍ୟ ଯେ, ଉନ୍ନତ ସ୍ବାସ୍ଥ୍ୟସେବା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି । ଧୂଷୁରୀ ଏରିଆ ହସପିଟାଲ ରେ ସ୍ଥାୟୀ ଡାକ୍ତର ନିଯୁକ୍ତି ମୁଖ୍ୟ ଦାବି ରହିଛି । ସ୍ଥାୟୀ  ଆମ୍ବୁଲାନ୍ସ ସହ ୨୪ ଘଣ୍ଟିଆ ରୋଗୀ ସେବା ସହ 6 ଦଫା ଦାବି ରହିଛି । ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକେ ହସ୍ପିଟାଲ କୁ ଡାକ୍ତର ଅନୁପସ୍ଥିତ ରହୁଥିବାରୁ  ତାଲା ପକାଇଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.