ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୯ ମୃତ, ଏକାଧିକ ଆହତ

2/10/2022 at 7:59 AM

ଜକାର୍ତା: କ୍ରୀଡ଼ାଙ୍ଗନ ପାଲଟିଲା ରଣାଙ୍ଗନ। ରକ୍ତମୁଖା ହେଲେ ଫ୍ୟାନ୍‌। ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା। ଏଥିରେ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି। ଇଣ୍ଡୋନେସିଆର ପୂର୍ବ ଜାଭା ଅଞ୍ଚଳରେ ବିଳମ୍ବିତ ରାତିରେ ଏହି କଳଙ୍କିତ ଘଟଣା ଘଟିଛି।

ପୁଲିସ ଦେଇଥିବା ସୂଚନା ଅନୁସାରେ ଏ ନେଇ ଖବର ପ୍ରକାଶ କରିଛି ରୟଟର୍ସ। ଜାପାନୀ କ୍ଲବ୍ସ ଆରେମା ଓ ପରସେବାୟା ସୁରାବାୟା ମଧ୍ୟରେ ଟିମ୍‌ର ସମର୍ଥକମାନେ ପରସ୍ପରକୁ ଆକ୍ରମଣ କରିଥିଲେ। ପୂର୍ବ ଜାଭାର ମଲାଙ୍ଗ ଅଞ୍ଚଳରେ ଖେଳ ଚାଲିଥିବା ବେଳେ ଗୋଟିଏ ଟିମ୍‌  ପରାସ୍ତ ହେବା ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଏହି ଦଙ୍ଗା ଆରମ୍ଭ ହୋଇଥିଲା।

ଜାପାନୀ କ୍ଲବ୍ସ ଆରେମା ମ୍ୟାଚ୍‌ରେ ହାରିବା ପରେ ଏହି ଦଳର ହଜାର ହଜାର ଫ୍ୟାନ୍‌ ସିଧା ପଡ଼ିଆ ଭିତରକୁ ପ୍ରବେଶ କରି ପଡ଼ିଆ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ମାଡ଼ କରିଥିଲେ। ଫଳରେ ଭୟରେ ଆରମ୍ଭ ହୋଇଯାଇଥିଲା ଧାଁ ଦୌଡ଼। ଏଥିରେ ଲୋକମାନେ ଅଣନିଃଶ୍ୱାସୀ ହୋଇ ଦୌଡ଼ି ପାଳାଇବାକୁ ଲାଗିଲେ ବୋଲି ପୂର୍ବ ଜାଭା ପୁଲିସ ମୁଖ୍ୟ ନିକୋ ଆଫିଣ୍ଟା  ରିପୋର୍ଟରମାନଙ୍କୁ ସୂଚନା ଦେଇଛନ୍ତି।

ମ୍ୟାଚ୍‌ରେ ଭିଡିଓ ଫୁଟେଜ୍ ସୋସିଆଲ୍ ମିଡିଆରେ ଶେୟାର ହୋଇଛି। ଏଥିରେ ଉତ୍ୟକ୍ତ ଲୋକଙ୍କୁ ସାବାଡ଼ କରିବା ପାଇଁ ପୁଲିସ ଲାଠି ଚାର୍ଜ କରୁଥିବା ଦେଖିବାକୁ ମିଳିଛି। ଘଟଣା ବିଷୟରେ ସୂଚନା ଦେଇ ଇଣ୍ଡୋନେସିଆ ଖେଳ ମନ୍ତ୍ରୀ ଜୈନୁଦ୍ଦିନ ଅମଲୀ ରୟଟର୍ସକୁ ସୂଚନା ଦେଇଛନ୍ତି। ଫୁଟବଲ୍‌ ମ୍ୟାଚ୍‌ରୁ ସୁରକ୍ଷା ନେଇ ପୁନଃ ସମୀକ୍ଷା କରାଯିବ। ୧୨୭ ଜଣଙ୍କର ମୃତ୍ୟୁ ପରେ ଦର୍ଶଙ୍କୁ ଅନୁମତି ଦେବା ନେଇ ବିଚାର କରାଯିବ ବୋଲି ଜୈନୁଦ୍ଦିନ ଅମାଲି କହିଛନ୍ତି।

ଏହି ଘଟଣା ପରେ ଫୁଟବଲ ଆସୋସିଏସନ୍ ଅଫ୍ ଇଣ୍ଡୋନେସିଆ(PSSI) ଇଣ୍ଡୋନେସିଆ ଟପ୍ ଲିଗ୍ ବ୍ରି ଲିଗା ୧ ମ୍ୟାଚ୍‌କୁ ସପ୍ତାହ ପାଇଁ ନିଲମ୍ବିତ କରିଛି। ତଦନ୍ତ ଆରମ୍ଭ ହୋଇଯାଇଛି ବୋଲି ପିଏସ୍‌ଏସ୍ଆଇ କହିଛି।  

 

   Related Posts