ଭାରତର ସବୁଠାରୁ ବୟସ୍କ ଓ ସୁଖୀ ବ୍ୟକ୍ତି ସ୍ୱାମୀ ଶିବାନନ୍ଦ, ୧୨୬ ବର୍ଷରେ ଜାରି ରଖିଛନ୍ତି ଯୋଗ

Published By : Prameya-News7 Bureau | September 06, 2022 IST

ନୂଆଦିଲ୍ଲୀ ୦୬/୦୯: ୧୨୬ ବର୍ଷୀୟ ଯୋଗ ଗୁରୁ ତଥା ଭାରତର ସବୁଠାରୁ ବୟସ୍କ ଓ ସୁଖୀ ବ୍ୟକ୍ତି ଭାବେ ପରିଚିତ ସ୍ବାମୀ ଶିବାନନ୍ଦ । ରବିବାର ସକାଳେ ସେ ହାଇଟେକ୍ସର ସ୍ପୋଟର୍ସ ଏକ୍ସପୋରେ ଯୋଗଦେଇଛନ୍ତି । ସେ ପଦ୍ମଶ୍ରୀ ପାଇବାରେ ସବୁଠାରୁ ବୟସ୍କ ବ୍ୟକ୍ତିହୋଇଥିବାବେଳେ ଏହି କାର୍ଯକ୍ରମରେ ନିଜ ଦୀର୍ଘାୟୁର ରହସ୍ୟ ବିଷୟରେ ବିଶ୍ଳେଷଣ କରିଛନ୍ତି।

ହାଇଟେକ୍ସର ନିମନ୍ତ୍ରଣରେ ହାଇଦ୍ରାବାଦ୍ରେ ଆୟୋଜିତ ସ୍ପୋର୍ଟସ୍ ଏକ୍ସପୋର ଯୋଗରେ ଅଂଶଗ୍ରହଣ କରିବା ପାଇଁ ମାଧପୁର ପହଞ୍ଚିଥିଲେ। ସେଠାରେ ସେ ନିଜ ଯୋଗକୌଶଳରେ ସର୍ବାଙ୍ଗସନା, ପଶ୍ଚିମୋତାନାସନା, ପବନାମୁକ୍ତାସନା ଆଦି ବିଶିଷ୍ଟ ଯୋଗାସନା କରି ଦେଖାଇଥିଲେ ।ଏହି “ଯୋଗନମାମି” କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ଯୋଗପ୍ରେମୀ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପରେ ସେ ଗଣମାଧ୍ୟମ ସହିତ ସାକ୍ଷାତବେଳେ, ହାଇଦ୍ରାବାଦୀମାନଙ୍କ ଆତ୍ମା ଓ ହୃଦୟକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଆହୁରି ଯୋଗ କରୁଥିବା ପାଇଁ ସେ କହିଛନ୍ତି। ମାତ୍ର ୯ ବର୍ଷ ବୟସରୁ ସେ ଯୋଗ ଅଭ୍ୟାସ କରୁଛନ୍ତି। ସତେଜପୂର୍ଣ୍ଣ ଯୁବାବସ୍ଥା ପାଇଁ ସର୍ବାଙ୍ଗସନା ଓ ମସ୍ହ୍ୟାସନା କରିବାପାଇଁ ସେ କାର୍ଯ୍ୟକ୍ରମରେ ପରାମର୍ଶ ଦେଇଛନ୍ତି।

୧୨୬ ବର୍ଷୀୟ ସ୍ବାମୀ ଶିବାନନ୍ଦ ୧୮୮୬ ମସିହା ୮ ଅଗଷ୍ଟରେ ଜନ୍ମଗ୍ରହଣ କରିଥିଲେ। ସେ ୧୦୦ ବର୍ଷରୁ ଉପରେ ହେବ ଯୋଗ ଅଭ୍ୟାସ କରୁଛନ୍ତି। ତେଣୁ ୧୦୦ ବର୍ଷ ପୂର୍ବରୁ ଯୋଗ କିପରି ଥିଲା ପଚାରିବାରୁ ସେ କହିଛନ୍ତି- ଏହା ସମାନ। କେବଳ ସେ ପୁରାତନ ଯୁଗ ଅପେକ୍ଷା ଏବେ ଅଧିକ ପରିଚିତ। ଯୋଗର ଜନ୍ମସ୍ଥାନ ଅପେକ୍ଷା ଦକ୍ଷିଣରେ ଏହା ଅଧିକ ଲୋକପ୍ରିୟ। ଅନେକ ପ୍ରକାରର ଯୋଗକୁ ନେଇ ଲୋକଙ୍କ ଦ୍ବନ୍ଦ ଉପରେ ସେ କହିଛନ୍ତି ଯେ, ଯେତେ ନୁଆ ନାମ ବା ଆଧୁନିକୀକରଣ କରାଗଲେ ବି ଯୋଗର ମୁଳଦୁଆ ଓ ଭିତ୍ତିଭୂମି ଯେମିତିକି ନିଶ୍ବାସ ଅଭ୍ୟାସ, ଧ୍ୟାନ, ଉଦ୍ଦେଶ୍ୟ, ଆସନ ଓ ଆଶ୍ବସ୍ତି ସମାନ ଅଟେ।
ତାଙ୍କ କହିବା ଅନୁସାରେ ସେ ଦିନରେ କେବଳ ୨ ଘଣ୍ଟା ଆରାମ କରନ୍ତି। ତାଙ୍କ ବ୍ୟତିଗତ ଜୀବନ ଉପରେ ସେ କହିଛନ୍ତି ଯେ ସେ ପ୍ରାଚୀନ ପ୍ରଣାଳୀରେ ଜୀବନଯାପନ କରନ୍ତି। ସେ ଜଲ୍ଦି ଖାଆନ୍ତି, ଜଲ୍ଦି ସୁଅନ୍ତି ଓ ଜଲ୍ଦି ଉଠନ୍ତି। କେବଳ ୨ ଟାଇମ୍ ଖାଏ ଏ ସେଥିରେ ଥାଏ ୨ଟି ରୋଟି, ସିଝା ଆଳୁ, ଚୁଡା, ବାର୍ଲୀ ତଥା ଖେଚୁଡି ଖାଏ।

ସେ ବିଶ୍ବାସ କରନ୍ତି- “ଏହି ପୃଥିବୀ ହେଉଛି ମୋ ଘର, ଏଠାକାର ଲୋକମାନେ ମୋର ବାପା ଓ ମା। ସେମାନଙ୍କୁ ଭଲପାଇବା ଓ ତାଙ୍କ ସେବା କରିବା ମୋର ଧର୍ମ।“ କୁଷ୍ଠ ରୋଗୀଙ୍କୁ ସେବା କରିବା ବିଷୟରେ ସେ କହିଛନ୍ତି, “ପ୍ରଭୁ ଶ୍ରୀ ଜଗନ୍ନାଥ ଅଧାଗଢା ଓ ଏହାର ପ୍ରତୀକ। ତେଣୁ ବିଗତ ୫୦ ବର୍ଷରୁ ମୁଁ ପୁରୀରେ କୁଷ୍ଠ ରୋଗୀଙ୍କ ସେବା କରିଆସୁଛି।“ ସେ ପ୍ରାୟ ୬୦୦ରୁ ଉର୍ଦ୍ଧ ଭିକ୍ଷୁକ କୁଷ୍ଠ ରୋଗୀଙ୍କୁ ସମ୍ମାନର ସହିତ ପୁରୀରେ ସେବା କରୁଆସୁଛନ୍ତି।

ହାଇଟେକ୍ସ ଦ୍ବାରା ଆୟୋଜିତ ଏହି ତିନି ଦିନିଆ ସ୍ପୋର୍ଟଏକ୍ସପୋ ଇଣ୍ଡିଆ, ବିଗେଷ୍ଟ ପ୍ସୋର୍ଟସ୍ ଏକ୍ଜିଭିସନ୍ ଭାବରେ ପରିଚିତ। ଏଥିରେ ଖେଳ, ପୋଯଣ୍, ଫିଟ୍ନେସ୍, ଓ ଓ୍ବେଲ୍ନେସ୍ ପଦାର୍ଥର ଓ ସେବାର ଏକ୍ଜିଭିସନ୍ ଲାଗେ। ଏଠାରେ ୫୦ଟି ଷ୍ଟଲ୍ ଓ ଅନେକ କାର୍ଯ୍ଯକ୍ରମ ପରିବେଶିତ ହୋଇଥିଲା। ସଂପୂର୍ଣ୍ଣ ମାଗଣା ପ୍ରବେଶ ବିଶିଷ୍ଟ ଏହି ଏକ୍ସ ପୋ ଗତ ଶୁକ୍ରବାରରେ ଆରମ୍ଭ ହୋଇ ଗତକାଲି ଅର୍ଥାତ୍ ରବିବାରରେ ଶେଷ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.