ଚେକିଂ ବେଳେ କାର୍‌ରୁ ମିଳିଲା ୧୨୫ ଲକ୍ଷ ଟଙ୍କା, ଚାଳକଙ୍କ ସମେତ ଦୁଇ ଅଟକ

Published By : Prameya-News7 Bureau | February 29, 2020 IST

କୈମୁର ୨୯।୨: ଆଉ ମାତ୍ର ଦିନ କେଇଟା ପରେ ହୋଲି ପର୍ବ । ସାରା ଦେଶରେ ଧୁମଧାମରେ ଏହାକୁ ପାଳନ କରାଯିବ । ତେବେ ଏହି ଅବସରରେ ଯେପରି କୌଣସି ଅଘଟଣ ନଘଟେ ସେଥିପ୍ରତି ପୋଲିସ ବାହିନୀ ସଜାଗ ରହିଛନ୍ତି । ଏବେଠାରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ନିଶା କାରବାର ବନ୍ଦ କରାଯାଉଛି । ଏମିତିରେ ବିହାରରେ ମଧ୍ୟ ବିଭିନ୍ ସ୍ଥାନରେ ଚଢାଉ ଜାରି ରହିଛି । କୈମୁର ଜିଲ୍ଲାରେ ପୋଲିସର ତଲାସୀ ବେଳେ କାର ରୁ ମଦ ତ ଜବତ ହୋଇନାହିଁ ବରଂ ପ୍ରାୟ ୧୨୫ ଲକ୍ଷ ଟଙ୍କା ଜବତ ହୋଇଛି । ଯାହା ପୋଲିସକୁ ଆଶ୍ଚର୍ଯ୍ୟ କରିଛି । କାର୍ କୁ ଜବତ କରି କାର୍ ଚାଳକ ଏବଂ ସେଥିରେ ଥିବା ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

{"id":230605,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରୁ ଦୁଇ ଜଣ ଯୁବକ କାର୍ ଚାଳକ ଶାହନୁର ମଲିକ ଏବଂ ତାଙ୍କ ସହଯୋଗୀ ଏସ.କେ. ଜହିର ହୁସେନ ଏକ ନୀଳ ରଙ୍ଗର କାର୍ ରେ ୩ଦିନ ତଳୁ ବାରାଣାସୀ ଆସିଥିଲେ । ସେଠାରେ ଜଣେ ବ୍ୟକ୍ତି ଘରେ ସେମାନେ ରହିଥିଲେ । କାର୍ ଟିକୁ ସଂପୃକ୍ତ ବ୍ୟକ୍ତିଙ୍କୁ ଦେଇଦେଇଥିଲେ ।

{"id":230606,"sizeSlug":"large"}

ଗୁରୁବାର ସନ୍ଧ୍ୟାରେ ଘର ମାଲିକ ସେମାନଙ୍କୁ କାର୍ ଚାବି ଦେଇ ଘରୁ ଯିବା ପାଇଁ କହିଥିଲେ । ସେମାନେ ସେଠାରୁ ଯିବା ବେଳେ ୨ ନମ୍ବର ଜାତୀୟ ରାଜପଥ ମୋହନିଆ ନିକଟ ଚେକ୍ ପୋଷ୍ଟରେ ପୋଲିସ ଯାଞ୍ଚ କରୁଥିଲା । ସେମାନଙ୍କ ଗାଡିକୁ ପୋଲିସ ଯାଞ୍ଚ କରିବା ବେଳେ କାର୍ ର ପଛ ସିଟ୍ ତଳୁ ପ୍ରାୟ ୧୨୫ ଲକ୍ଷ ଟଙ୍କା ଲୁଚାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ କାର୍ ଚାଳକଙ୍କ ସହିତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । କୈମୁର ଏସପି କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.