ଭଦ୍ରକ ୨୪।୯: ରାଜ୍ୟ ରାଜପଥରୁ ଜବତ ହେଲା ବ୍ରାଉନସୁଗାର । ୧୨୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବା ବେଳ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ ।
{"id":516964,"width":751,"height":413,"sizeSlug":"full","linkDestination":"none"}ସୂଚନାଯୋଗ୍ୟ ଯେ, ଭଦ୍ରକ ଚାନ୍ଦବାଲି ରାଜ୍ୟପଥର ସରକାରନଗରଠାରୁ ପୋଲିସ ଏହି ବ୍ରାଉନସୁଗାର ଜବତ କରିଛି । ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଅଜୟ ପଢ଼ିଆରୀ ଓ କାଳନ୍ଦୀ ବେହେରା । ଉଭୟ ବ୍ରାଉନସୁଗାର ନେଇ ଯାଉଥିବା ବେଳେ ପୋଲିସ ଚେକିଂ ସମୟରେ ସନ୍ଦେହ ହେବାରୁ ପୋଲିସ ଯାଞ୍ଚ କରିଥିଲା । ତେବେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।