ଜୁଆ ଖେଳିବା ସମୟରେ କସିନୋରୁ ଧରା ହେଲା ୧୨ ବର୍ଷର ନାବାଳିକା, ଲାଗିଲା ଜରିମାନା

Published By : Prameya-News7 Bureau | August 28, 2020 IST

ସିଡନୀ ୨୮/୦୮ : ଅଷ୍ଟ୍ରେଲିଆ ସିଡନୀରେ ଏକ କସିନୋରେ ୧୨ ବର୍ଷର ଜଣେ ବାଳିକା ଜୁଆ ଖେଳୁଥିବାବେଳେ ଧାରା ପଡିଛି | ଶରାବ ଓ ଗେମିଙ୍ଗ ନ୍ୟୁ ସାଉଥ ୱେଲସ (Liquor & Gaming New South Wales) ର ଅଧିକାରୀ ଦେଶର ସବୁଠାରୁ ବଡ କସିନୋ ଦି ଷ୍ଟାର ସିଡନୀ ଉପରେ ୯୦ ହଜାର ଅଷ୍ଟ୍ରେଲିଆନ ଡଲାର ଜରିମାନା ଲଗାଇଛନ୍ତି | ଜରିମାନା କେବଳ ଏହି ୧୨ ବର୍ଷର ବାଳିକା ପାଇଁ ଲଗାଯାଇନାହିଁ | ବରଂ ନାବାଳିକାଙ୍କୁ ଜୁଆ ଖେଳିବାକୁ ଦେବା ଏବଂ ମଦ ସର୍ଭ କରିବା ମାମଲାରେ ମଧ୍ୟ ଜରିମାନା ଲଗାଯାଇଛି | ପ୍ରଶାସନ ଦ୍ୱାରା ଜାରି ଏକ ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି ଯେ ବାଳିକାର ମା ତାକୁ ସିକ୍ୟୁରିଟିରୁ ବଞ୍ଚାଇ ଲୁଚେଇ କସିନୋରୁ ବାହାରକୁ ଆଣୁଛନ୍ତି | ଏହାପରେ ଭିଡିଓରେ ସେହି ବାଳିକାକୁ ନିଜ ମାତା-ପିତା ସହ ୧୭ ମିନିଟ ଜୁଆ ଖେଳୁଥିବା ଦେଖିବାକୁ ମିଳିଛି | ନ୍ୟୁ ସାଉଥ ୱେଲସ ସହ ଜଡିତ ପ୍ରାଧିକରଣ ଅଧ୍ୟକ୍ଷ କହିଛନ୍ତି ଯେ ଏହା ଅତ୍ୟନ୍ତ ବିଚଳିତ କଲାଭଳି କଥା ଯେ ନାବାଳିକାକୁ ନିଜ ପିତା-ମାତା ଜୁଆ ଖେଳିବାକୁ ଦେଉଛନ୍ତି | 

{"id":321443,"sizeSlug":"large"}

ଏହିଭଳି ଆଉ ଏକ ଘଟଣାରେ ଜଣେ ୧୬ ବର୍ଷୀୟ କିଶୋରୀ ମଧ୍ୟ ବୟସ୍କ ସଦସ୍ୟ ସହ ଭିଆଇପି ଅଞ୍ଚଳ ଦେଇ କସିନୋରେ ପ୍ରବେଶ କରିଥିଲେ | ପ୍ରବେଶ ଦ୍ୱାରରେ ତାଙ୍କୁ କୌଣସି ପରିଚୟ ପତ୍ର ମଗାଯାଇନଥିଲା | ଭିତରେ ତାଙ୍କୁ ମଦ ମଧ୍ୟ ସର୍ଭ କରାଯାଇଥିଲା | କିଶୋରୀ କସିନୋ ସହ ଜଡିତ ଏକ ନାଇଟ କ୍ଲବରେ ପ୍ରବେଶ କରିବାକୁ ପ୍ରୟାସ କଲାବେଳେ ତାଙ୍କୁ ଧରା ଯାଇଥିଲା |

ଏହି ଷ୍ଟାର କସିନୋ ନିଜ ୱେବସାଇଟରେ ସ୍ପଷ୍ଟ ଭାବେ ଲେଖିଛି ଯେ, କସିନୋରେ ପ୍ରବେଶ କରିବାକୁ ଅତିଥିଙ୍କ ଆୟୁ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ହେବା ଉଚିତ | ମଦ ସମ୍ବନ୍ଧରେ ମଧ୍ୟ ଲେଖାଯାଇଛି ଯେ ସେମାନେ ପୁରା ଦାୟିତ୍ୱ ସହ ମଦ ସର୍ଭ କରନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.