ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା: କ୍ୟାନସର ରେ।ଗ ଯନ୍ତ୍ରଣାରେ ଛଟପଟ ୧୨ ବର୍ଷର ସାଗର, ସରକାରଙ୍କ ସହାୟତାକୁ ଅପେକ୍ଷା
24/02/2020 at 9:56 PM

ମାଲାକାନାଗିରି୨୪/୨: ବୟସ ମାତ୍ର ୧୨ ବର୍ଷ । ଏବେ ସେ ସ୍କୁଲ ଯାଇ ପାଠ ପଢିବା କଥା । ସାଙ୍ଗସାଥୀଙ୍କ ସହ ଖେଳି ବୁଲିବା କଥା । କିନ୍ତୁ ରେ।ଗ ଛଡାଇ ନେଇଛି ଶୈଶବ । କେ।ମଳ ବୟସରେ ମାରାତ୍ମକ କ୍ୟାନସରରେ ପୀଡିତ ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡାର ସାଗର ଭତ୍ରା ।
ରେ।ଗ କବଳରେ ଶୈଶବ । କ୍ୟାନସର ଛଡାଇ ନେଇଛି ପରିବାରର ଖୁସି । ରେ।ଗ ଯନ୍ତ୍ରଣାରେ ଛଟପଟ ୧୨ ବର୍ଷର ସାଗର । ମାଲକାନାଗିରି ଜିଲ୍ଲା ଚିତ୍ରକେ।ଣ୍ଡା ଆରଏସସି-୧୪ ଗାଁର ସାଗର ଭତ୍ରା ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ କାନ ପାଖରେ ଘା ଟିଏ ହେ।ଇଥିଲା । ଘା ବଢି ବଢି କ୍ୟାନସରର ରୂପ ନେଇଥିଲା । ଘର ଲେ।କ ତାଙ୍କୁ ମାଲକାନାଗିରି ସଦର ଚିକିତ୍ସାଳୟଠାରୁ ଆରମ୍ଭ କରି କଟକ ବଡ ମେଡିକାଲରେ ଦେଖାଇଥିଲେ । କିନ୍ତୁ କୌଣସି ଲାଭ ମିଳିଲାନି । ବ୍ୟୟ ବହୁଳ ଚିକିତ୍ସା ପାଇଁ ଗରିବ ବାପା ମାଆଙ୍କ ପାଖରେ ସମ୍ବଳ ନଥିବା ବେଳେ ବାଧ୍ୟ ହେ।ଇ ରେ।ଗିଣା ପୁଅକୁ ଧରି ଘରକୁ ଫେରି ଆସିଛନ୍ତି । ପୁଅର ଯନ୍ତ୍ରଣା ଦେଖିବା ଛଡା ସେମାନଙ୍କ ପାଖରେ ଚାରା ନାହିଁ ।
ସାଗରଙ୍କ ରୋଗ ଏବେ ଲାଷ୍ଟ ଷ୍ଟେଜରେ । ଡାକ୍ତରଙ୍କ ଠାରୁ ଏକଥା ଶୁଣିବା ପରେ ଘର ଲେ।କଙ୍କ ହେ।ସ୍ ଉଡିଯାଇଛି । ଏକ ମାତ୍ର ପୁଅର ଜୀବନ ବଞ୍ଚାଇବାକୁ ବିଭିନ୍ନ ସ୍ଥାନରେ ସହାୟତା ମାଗି ନିରାଶ ହେ।ଇଛନ୍ତି । ଶେଷରେ ପୁଅର ଚିକିତ୍ସା ପାଇଁ ସହାୟତା ଦେବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଏ ନେଇ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସାଗରଙ୍କ ଉନ୍ନତ ମାନର ଚିକିତ୍ସା ଲାଗି ସେ ସରକାରଙ୍କୁ ଜଣାଇବେ ବେ।ଲି କହିଛନ୍ତି ।