୧୨ ବର୍ଷ ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ
26/05/2019 at 9:10 AM

ବାଲେଶ୍ବର ୨୬/୫: ୧୨ ବର୍ଷ ନାବାଳିକାକୁ ଦୁର୍ଷ୍କମ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି। ଘଟଣାଟି ଘଟିଛି ସୋର ଥାନା ଦହିସଡା ଅଞ୍ଚଳରେ। ଗତକାଲି ଦିନ ୧୨ଟା ବେଳେ ସେହି ଅଞ୍ଚଳର ପଣ୍ଡା ସିଂ ନିଜ ସ୍ତ୍ରୀକୁ ମାଡ ମାରି ଘରୁ ବାହାର କରି ଦେଇଥିଲା। ପରେ ସେହି ଅଞ୍ଚଳର ନିକଟ ସମ୍ପର୍କୀୟ ସମସ୍ତଙ୍କୁ ଖୋଜିବାକୁ କହିଥିଲା।

ନିଜେ ପଣ୍ଡା ସିଂ ସେହି ଅଞ୍ଚଳର ଜଣେ ବାର ବର୍ଷର ନାବାଳିକାକୁ ନେଇ ନିକଟରେ ଥିବା ଟ୍ରେନ ଲାଇନ କଡକୁ ଖୋଜିବାକୁ ଯାଇଥିଲା। ରେଲ ଲାଇନରେ ଥିବା ପୋଲ ତଳେ ପଣ୍ଡା ନାବାଳିକାକୁ ଦୁଷ୍କର୍ମ କରିଥିବାର ନାବାଳିକାର ବାପା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଳମ୍ବିତ ରାତିରେ ମାମଲା୨୩୬/୧୯ ଦଫା ୩୭୬(ଏ) ୩୫୪,୫୦୪ ପସ୍କୋ ଆକ୍ଟ ଲଗାଇ ଅଭିଯୁକ୍ତ ପଣ୍ଡାକୁ ଗିରଫ କରିଛି
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023