ଘରୁ ମିଳିଲା ୧୨ ବର୍ଷର ବାଳକର ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ବାପା-ମାଆ

Published By : Prameya-News7 Bureau | December 18, 2022 IST

ନୀଳଗିରି,୧୮/୧୨: ଘରେ ଝୁଲନ୍ତା ଅବସ୍ଥାରେ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ବାଙ୍କୀଶୂଳ ଗାଁରେ ଘଟିଛି । ବାପା-ମାଆ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ ବାଙ୍କୀଶୂଳ ଗ୍ରାମର ଦାମ ସିଂଙ୍କ ପୁଅ ଦିପନ ସିଂ(୧୨) ଘରେ ଥିଲେ। ଆଜି ସନ୍ଧ୍ୟାରେ ଘରକୁ ବାପା ମାଆ ଫେରିବା ପରେ ଦିପନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ତାଙ୍କୁ ନୀଳଗିରି ହସ୍ପିଟାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୌଣସି ଝଗଡା ହୋଇନଥିବା କିମ୍ବା ରାଗ ରୁଷ ନଥିବା ବେଳେ ପୁଅ କଣ ପାଇଁ ଆତ୍ମହତ୍ୟା କରିବ ବୋଲି ସେମାନେ କହିଛନ୍ତି । କୌଣସି କାରଣରୁ ପୁଅକୁ ହତ୍ୟା କରି ଟାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଏନେଇ ପୋଲିସ ଘଟଣାକୁ ଗୁରୁତର ସହ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.