କେନ୍ଦୁଝର ସଦର ରେଞ୍ଜକୁ ଧସେଇ ପଶିଲେ ୧୨ ଟିକିଆ ବଣୁଆ ହାତୀ ପଲ, ଲୋକେ ଭୟଭୀତ

Published By : Prameya-News7 Bureau | October 23, 2022 IST

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜର ବଡପଶି ମହାକୁଡ ସାହିକୁ ଧସେଇ ପଶିଲେ ୧୨ ଟିକିଆ ବଣୁଆ ହାତୀ ପଲ I  ଧାନ  ଓ ପନି ପରିବା ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଛନ୍ତି। ହାତୀଙ୍କ ଉପଦ୍ରବରେ ଗାଁ ଲୋକେ ଆତଙ୍କିତ । ବନ ବିଭାଗ , ହାତୀ ଘଉଡାଇବା ସ୍କ୍ଵାର୍ଡ ସହ  ପୋଲିସ ବିଭାଗ ପକ୍ଷରୁ ହତୀ ଉପରେ ରଖା ଯାଇଛି ତୀକ୍ଷ୍ନ ନଜର ।

{"id":699449,"sizeSlug":"full","linkDestination":"none"}

ଏହି  ୧୨ ଟିକିଆ ବଣୁଆ ହାତୀ ପଲରେ ଅଛିନ୍ନି ୪ ଦନ୍ତା ୬ ଟି ମାଇ ଓ ୨ଟି ଛୁଆ ରହିଛନ୍ତି । ହାତୀ ପଲ୍ କିଛି ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି  ହାତୀ ପଲ ବଡପଶି ଗାଁଠାରେ ପହଞ୍ଚିବା ବେଳକୁ ସକାଳ ହୋଇଯିବାରୁ ଏଠାରେ ରହିଯାଇଛନ୍ତି । ହାତୀଙ୍କୁ ବିଲ କିମ୍ବା ଗାଁକୁ ପୁରାଇ ନ ଦେବାକୁ ଚାରିପଟେ ହଜାର ହଜାର ସଂଖ୍ୟାରେ ଲୋକ ଜମି ରହିଛନ୍ତି ।

ବନ ଓ ପୋଲିସ ବିଭାଗ ପକ୍ଷରୁ ହାତୀ ଉପରେ ତୀକ୍ଷଣ ନଜର ରଖାଯାଇଛି । ହାତୀକୁ  ଟେକା ପଥର ମାରି ବିରକ୍ତ ନ କରିବା ସହ  ହାତୀ ଥିବା ଜଙ୍ଗଲ ଭିତରେ ପଶି ହାତୀର ଫୋଟ ଉଠାଇ ନଉଠାଇବାକୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.