୧୨ ଟ୍ରେନ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ, ଗୋଦାନ ଓ ସମ୍ପର୍କ-କ୍ରାନ୍ତି ଏକ୍ସପ୍ରେସରେ କରିଥିଲେ ଯାତ୍ରା

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ, ୨୧୦୩  ଗତ ୮ଦିନ ଧରି ଟ୍ରେନରେ ଯାତ୍ରା କରୁଥିବା ୧୨ଜଣ ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ରେଳବାଇ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଏହି ଯାତ୍ରୀମାନଙ୍କ ମଧ୍ୟରୁ ୪ଜଣ ଦୁବାଇରୁ ଫେରିବା ପରେ ଗୋଦାନ ଏକ୍ସପ୍ରେସରେ ମାର୍ଚ୍ଚ ୧୬ରୁ ମୁମ୍ବାଇରୁ ଜବଦଲପୁର ଯାତ୍ରା କରିଥିଲେ। ୮ଜଣ  ସମ୍ପର୍କ କ୍ରାନ୍ତି ଅଭିଯାନରେ ଦିଲ୍ଲୀରୁ ରାମଗୁଣ୍ଡମ ଯାତ୍ରା କରିଥିଲେ।

{"id":241854,"width":749,"height":499,"sizeSlug":"large"}

ଗୋଦାନ ଏକ୍ସପ୍ରେସରେ ୪ଜଣ ମୁମ୍ବାଇ ଜବଦଲପୁର ଯାତ୍ରା କରିଥିଲେ। ମାର୍ଚ୍ଚ ୧୬ରେ ସେମାନେ ଏହି ଯାତ୍ରା କରିଥିଲେ। ସେମାନଙ୍କ ଟେଷ୍ଟ୍ ଶୁକ୍ରବାର ପଜିଟିଭ ଆସିଥିଲା। ସେମାନେ ଯେଉଁ ଯାତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଟ୍ରାକ୍ କରାଯାଉଛି। ଗତ ୧୬ରେ ସେମାନେ ଦୁବାଇରୁ ଭାରତ ଫେରିଥିଲେ।

ଏହା ସହ ୨ଜଣ ଯାତ୍ରୀଙ୍କୁ କ୍ୱାରେଣ୍ଚାଇନରେ ରଖିବା ପାଇଁ ରେଳବାଇ ପରାମର୍ଶ ଦେଇଛି। ସେମାନେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସର କୋଚକୁ ସାନିଟାଇଜ କରାଯାଇଛି। ଏହାସହ ସାମାଜିକ ଦୂରତା ରକ୍ଷା କରିବା ସହ କ୍ୱାରେଣ୍ଟାଇନରେ ରହିବା ପାଇଁ ବିଭାଗ ପରାମର୍ଶ ଦେଇଛି। ଏହାସହ ଟ୍ରେନରେ ଜରୁରୀ ନହେଲେ ଯାତ୍ରା ନକରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.