ଧରାପଡିଲେ ୧୨ ଜାଲି ଶିକ୍ଷକ, ଓଟିଇଟି ସାର୍ଟିଫିକେଟ୍ ଥିଲା ଜାଲ୍‌

Published By : Prameya-News7 Bureau | October 09, 2021 IST

କଳାହାଣ୍ଡି ୯।୧୦: କଳାହାଣ୍ଡି ଜିଲ୍ଲାରେ ପୁଣି ୧୨ ଜାଲ୍ ସାର୍ଟିଫିକେଟ୍ ଧାରୀ ଶିକ୍ଷକ ଧରାପଡିଲେ। ଓଟିଇଟି ସାର୍ଟିଫିକେଟ୍ ଜାଲ୍ ଥିବା ବୋର୍ଡ ସ୍ପଷ୍ଟ କରିଛି । ଜିଲ୍ଲାରେ ୧୩ ଗୋଟି ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ପରେ ୧୯ ଜଣଙ୍କ ସାର୍ଟିଫିକେଟ୍ ସନ୍ଦେହରେ ବୋର୍ଡକୁ ପଠାଯାଇଥିଲା । ସେଥିମଧ୍ୟରୁ ୧୨ ଜଣଙ୍କ ଜାଲ୍ ଥିବା ସ୍ପଷ୍ଟ କରିଛି ବୋର୍ଡ ।

୧୨ଟି ଜାଲ୍ ଶିକ୍ଷକ ମଧ୍ୟରେ ଭବାନୀପାଟଣାରୁ ୧, ଏମ୍‌.ରାମପୁରରୁ ୨, ଜୁନାଗଡରୁ ୧, କଲମପୁରରୁ ୧, ଥୁ.ରାମପୁରରୁ ୩ ଏବଂ କର୍ଲାମୁଣ୍ଡା ବ୍ଲକରୁ ୨ ଜଣ ଥିବା ଜଣାପଡିଛି । ହେଲେ ଶିକ୍ଷା ବିଭାଗ ଏହି ନକଲି ଶିକ୍ଷକମାନଙ୍କର ନାମ ଗୋପନ ରଖିଛି । ସାର୍ଟିଫିକେଟ୍ ଜାଲ୍ ହୋଇଥିବାରୁ କାହିଁକି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.