ଏନ୍‌କାଉଣ୍ଟର ଘଟଣାରେ ୧୨ ପୁଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | January 23, 2023 IST

ଲକ୍ଷ୍ନୌ: ଗୋରୁ ଚାଲାଣ ଅଭିଯୋଗରେ ବ୍ୟକ୍ତିଙ୍କୁ ଏନ୍‌କାଉଣ୍ଟର କରିଥିବା ୧୨ ପୁଲିସ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ସନ୍ଧ୍ୟାରେ ଏମାନଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଦେଓବନ୍ଦ ପୁଲିସ ସୂଚନା ଦେଇଛି। ୨୦୨୧ ସେପ୍ଟେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶର ଦେଓବନ୍ଦ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା।  

ସୂଚନା ଅନୁସାରେ ଦେଓବନ୍ଧ ଥାନା ଅଧିନରେ ଆସୁଥିବା ଥିଥିକି ଗାଁରେ ଏକ ଗୋରୁ ବେପାରୀକୁ ପୁଲିସର ଏକ ଟିମ୍‌ ଏନ୍‌କାଉଣ୍ଟର କରିଥିଲା। ଏଥିରେ ବେପାରୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ।। ପରେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ହେଲେ ଜୀଶାନ ହାଇଦର। ସେ ଆର୍ଥିକ ସ୍ୱଚ୍ଛଳ ପରିବାର ହୋଇଥିବା ବେଳେ ମିଛରେ ତାଙ୍କୁ ଗୋରୁ ବେପାରୀ କହି ପୁଲିସ୍ ଏନ୍‌କାଉଣ୍ଟର କରିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

ଏନେଇ ସେପ୍ଟେମ୍ବର ୫ ତାରିଖରେ ହାଇଦରଙ୍କ ପତ୍ନୀ ଅଫ୍ରୋଜ୍ ଚିଫ୍‌ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ଆବେଦନ କରିଥିଲେ। ହାଇଦର ଘରେ ଥିବା ବେଳେ ପୁଲିସ୍ ତାଙ୍କ ଇନ୍‌କୁଆରୀ ବାହାନାରେ ଡାକି ନେଇଥିଲା। କିଛି ସମୟରେ ହାଇଦର ଗୋଡ଼ରେ ଗୁଳି ବାଜିଛି ବୋଲି କୁହାଯାଇଥିଲା। ପରିବାର ଲୋକେ ହସ୍‌ପିଟାଲ୍‌ରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଆଫ୍ରୋଜ ଆବେଦନରେ ଜଣାଇଥିଲେ। ତାଙ୍କ  ସ୍ୱାମୀଙ୍କୁ ହତ୍ୟା କରାଯାଇଛି। ଏହାର ତଦନ୍ତ ହେଉ ବୋଲି ଆଫ୍ରୋଜ୍ କୋର୍ଟରେ ଆବେଦନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ୍‌ରେ ମଧ୍ୟ ଅଭିଯୋଗ ଜଣାଇଥିଲେ।

ରବିବାର ଏହି ମାମଲାର ଶୁଣାଣି କରି ସିଜେଏମ୍ କୋର୍ଟ ବିଚାରପତି ଅନୀଲ କୁମାର ୧୨ ପୁଲିସକର୍ମୀଙ୍କ ବିରୋଧରେ ମାମଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପୁଲିସ ଅଫିସରମାନେ ହେଲେ- ସବ୍‌ଇନସ୍ପେକ୍ଟର ଓମବୀର,ୟଶପାଲ ସିଂହ, ଅସଗର ଅଲ୍ଲୀ, ହେଡ୍‌ କନଷ୍ଟେବଲ ସୁଖପାଲ ସିଂହ, କୁନୱାର ଭାରତ, ପ୍ରମୋଦ କୁମାର, ବିପିନ ଏବଂ କନଷ୍ଟେବଲ ରାଜବୀର ସିଂହ, ଦେବେନ୍ଦ୍ର, ନୀତୁ ଯାଦବ, ଅଙ୍କିତ କୁମାର ଏବଂ ବ୍ରଜେଶ କୁମାର।

ତେବେ ପୂରା ଘଟଣାର ତଦନ୍ତ ହେବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି। ସେପଟେ ପୁଲିସର କହିବା କଥା ହେଲା ସର୍ଚ୍ଚ ଅପରେସନ ବେଳେ ଘଟଣା ସ୍ଥଳରେ ୩୦୦ କିମିର ମାଂସ ଓ କିଛି ଉପକରଣ ଜବତ ହୋଇଥିଲା। ଏହି ଘଟଣାରେ ସେମାନେ ପାଖାପାଖି ୬ ଜଣଙ୍କ ନାଁରେ ମାମଲା ହୋଇଛି। ଏହି ଅପରାଧିମାନେ ଫେରାର୍ ଥିବା ଅଭିଯୁକ୍ତି ପୁଲିସ ଅଫିସର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.