ହକି ବିଶ୍ୱକପ୍‌ରେ ୧୨ ଖେଳାଳିଙ୍କୁ ନେଇ ଖେଳିଲା ଜାପାନ, ମ୍ୟାଚ୍ ପରିଚାଳନା ନେଇ ଉଠିଲା ପ୍ରଶ୍ନ ?

Published By : Prameya-News7 Bureau | January 18, 2023 IST

ଭୁବନେଶ୍ୱର, ୧୮/୦୧: କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଥିଲା ଜବରଦସ୍ତ ମ୍ୟାଚ୍ । ଅପରାହ୍ନ ୫ଟାରୁ ଆରମ୍ଭ ହୋଇଥିଲା ଜାପାନ-ଦକ୍ଷିଣ କୋରିଆ ମ୍ୟାଚ୍‌ । ତେବେ ଏହି ମ୍ୟାଚ୍‌ରେ ଏକ ସମୟରେ ପଡିଆକୁ ଓହ୍ଲାଇଥିଲେ ଜାପାନର ୧୨ ଜଣ ଖେଳାଳି । ଯାହାକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ । ସେପଟେ ଜାପାନ ମଧ୍ୟ ଏହି ତ୍ରୁଟିକୁ ସ୍ୱୀକାର କରିଛି । ଏହାସହ ଖେଳର ଶେଷ ମୁହୁର୍ତ୍ତରେ ଗୋଲ କିପର ପରିବର୍ତ୍ତନ କରିଥିଲା ଜାପାନ ।

wp:gallery {"linkTo":"none"} /wp:gallery

ସୂଚନା ଥାଉକି, ମ୍ୟାଚ୍ ପୂର୍ବରୁ ୧୨ ଜଣ ଖେଳାଳି ପଡ଼ିଆରେ ପ୍ରବେଶ କରିଥିଲେ । ଗୋଲକିପରଙ୍କୁ ମିଶାଇ ପଡ଼ିଆରେ ୧୧ଖେଳାଳି ହେବା କଥା । ମ୍ୟାଚ୍‌ ଶେଷ ହେବା ପରେ ଏଫ୍‌ଆଇଏଚ୍‌ ଅଫିସିଆଲ ଏ ବିଷୟରେ ଜାପାନ ଟିମ୍‌କୁ ଜଣାଇଥିଲେ । ଟିମ୍‌ ଏହାକୁ ନେଇ ଭୁଲ ମାଗିଥିଲା । ଏଭଳି ଘଟଣା କାହିଁକି ଘଟିଲା, ଏହାକୁ ନେଇ ଏଫ୍‌ଆଇଏଚ୍‌ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.