ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ହୋଟେଲରେ ଚାଲିଥିଲା ଜୁଆଆଡ୍ଡା, ୧୨ ଜୁଆଡ୍ଡିଙ୍କୁ ଗିରଫ କଲା ପୋଲିସ

19/12/2020 at 1:27 PM

ରାଉରକେଲା ୧୯।୧୨ : ପୋଲିସ କବ୍‌ଜାରେ ୧୨ ଜୁଆଡ୍ଡି । ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସମସ୍ତ ଜୁଆଡ୍ଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ ଲକ୍ଷରୁ ଅଧିକ ଟଙ୍କା, କାର୍‌, ୧୫ ମୋବାଇଲ୍‌ ଜବତ ହୋଇଛି ।

ଖବର ଅନୁଯାୟୀ, ଷ୍ଟେସନ ନିକଟର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡ ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ ଖବର ପାଇବା ମାତ୍ରେ ଆକ୍ସନମୋଡ଼ରେ ଆସିଯାଇଥିଲା । ତୁରନ୍ତ ଏକ ହୋଟେଲରେ ଚଢାଉ କରି ୧୨ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି । ଏହାସହ ୧୨ଲକ୍ଷ ୨୭ହଜାର ୫୦୦ ନଗଦ ଟଙ୍କା , ଦୁଇଟି କାର , ୧୫ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି  । ତେବେ ଗିରଫ ହୋଇଥିବା ବ୍ୟକ୍ତିମାନେ ବିରାମିତ୍ରପୁର, କାଁସବାହଲ ସହ ରାଉରକେଲା ଅଂଚଳର ପ୍ରତିଷ୍ଠିତ ବ୍ୟବସାୟୀ ଥିବା ସୂଚନା ରହିଛି । ତେବେ ଗିରଫ ୧୨ ଜଣଙ୍କ ମଧ୍ୟରୁ ପ୍ରତିଷ୍ଠିତ ବ୍ୟବସାୟୀ ନଗର ଅଗ୍ରୱାଲ ପୂର୍ବରୁ ଜୁଆ ଖେଳରେ ଗିରଫ ହୋଇ ଜାମିନରେ ଆସିଥିଲେ ।

   Related Posts