ଡି-ବ୍ରଦର୍ସଙ୍କ ୧୨ ସହଯୋଗୀଙ୍କୁ ଉଠାଇଲା ପୋଲିସ, ବନ୍ଧୁକ-ଗୁଳି-ଦାମୀ ଗାଡି ଜବତ

Published By : Prameya-News7 Bureau | December 15, 2020 IST

କଟକ ୧୫।୧୨: ପୋଲିସର ଅପରେସନ ଡି-ବ୍ରଦର୍ସ । ଆଉ ୧୨ଜଣଙ୍କୁ ଉଠାଇ ନେଲା ପୋଲିସ । ଡି-ବ୍ରଦର୍ସଙ୍କ ଆଉ ୧୨ ସହଯୋଗୀଙ୍କୁ ଉଠାଇ ନେଲା ପୋଲିସ । ସେମାନଙ୍କ ନିକଟରୁ ୭ରୁ ଅଧିକ ବନ୍ଧୁକ ସହ ୫୦ ରାଉଣ୍ଡରୁ ଅଧିକ ଗୁଳି ଜବତ ହୋଇଛି ।

ଖବର ଅନୁଯାୟୀ, ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏପରିକି କଟକ ଜଗତପୁର ଥାନା, ମାଲଗୋଦାମ ଥାନା ଓ ଚାଉଳିଆଗଞ୍ଜ ଥାନା ପୋଲିସ ଚଢାଉ କରି ଡ୍ରି-ବଦର୍ସଙ୍କ ୧୨ଜଣ ସହଯୋଗୀଙ୍କୁ ଉଠାଇ ଆଣିଥିବାର ସୂଚନା ମିଳିଛି । ସେମାନଙ୍କ ନିକଟରୁ ଦାମୀ କାର୍‌ ଜବତ ହୋଇଥିବା ସୂଚନା ରହିଛି । ଏନେଇ ଘଟଣାର ବିସ୍ତୃତ ତଥ୍ୟ ପ୍ରେସମିଟ୍‌ ଜରିଆରେ ସୂଚନା ଦେବ କମିଶନରେଟ୍ ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଧଳସାବନ୍ତ ବ୍ରଦର୍ସଙ୍କ ଘରେ ପୁଣି ଥରେ ଚଢଉ କରାଯାଇଥିଲା  । ଦୁଇ ଭାଇ ସୁଶାନ୍ତ ଧଳସାମନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ କଟକ ସ୍ଥିତ ସିଡିଏ ବାସଭବନରେ ଚଢଉ କରିଥିଲା ପୋଲିସ । ଚଢଉ ବେଳେ ଧଳସାମନ୍ତ ଭ୍ରାତାଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ୨୦୧୬ ମସିହା ଜାନୁଆରୀ ୨୯ତାରିଖରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇ ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୁଲିସ । ଦୁଇ ମୋଷ୍ଟ ଓ୍ବାଣ୍ଟେଡ ଭାଇ ହତ୍ୟାକାଣ୍ଡ, ବଟି ଆଦାୟ, ଅସ୍ତ୍ରଶସ୍ତ୍ର କାରବାର, ରାଜ୍ୟରେ ଟେଣ୍ଡର ଫିକ୍ସିଂ ଭଳି ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.