ଇସ୍ତଫା ଦେଲେ ୧୨ କଂଗ୍ରେସ ନେତା; ପୁରୁଣା ନେତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ

Published By : Prameya-News7 Bureau | December 19, 2022 IST

ହାଇଦ୍ରାବାଦ: ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସ ଭିତରେ ଅନ୍ତଃକନ୍ଧଳ ଲାଗି ରହିଛି। ତେବେ ରାଜସ୍ଥାନର କଂଗ୍ରେସ କଳି ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା ବେଳେ ଏବେ ତେଲେଙ୍ଗାନାରୁ ଦଳକୁ ନେଇ ବଡ଼ ଖବର ଆସିଛି। । ପଦବୀ ବଣ୍ଟାକୁ ନେଇ ପାର୍ଟିରେ ଅସନ୍ତୋଷ ଯୋଗୁ ୧୨ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଛନ୍ତି।

ବାହାର ଦଳରୁ ଆସିଥିବା ନେତା କଂଗ୍ରେସରେ ମିଶି ବଡ଼ ପଦବୀ ପାଇଛନ୍ତି। ହେଲେ ପୁରୁଣା ନେତାଙ୍କୁ ଅଣଦେଖା କରାଯାଇଛି। ଏହି ଅଭିଯୋଗରେ ୧୧ ନେତା ଇସ୍ତଫା ଦେଇଥିବା ଅଭିଯୋଗ ହୋଇଛି।  

ତେଲେଙ୍ଗାନାରେ ନୂଆ ନୂଆ ଗଠନ ହୋଇଥିବା ପ୍ରଦେଶ କଂଗ୍ରେସ କମିଟିର ହଠାତ୍ ଏତେ ପରିମାଣରେ ନେତା ଇସ୍ତଫା ଦେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ନେତାମାନେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ କେ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଏକଛାତ୍ରବାଦ ଶାସନ ଚଳାଉଛନ୍ତି। କେସିଆର୍‌କୁ ବିତାଡ଼ିତ କରିବା ପାଇଁ ଏକ ମଜଭୁତ ଲଢ଼େଇର ଆବଶ୍ୟକତା ରହିଛି।

ଇସ୍ଥଫା ଦେଇଥିବା ନେତାଙ୍କ ମଧ୍ୟରୁ ତେଲେଙ୍ଗାନା ବିଧାୟକ ସୀତାକ୍କା ମଧ୍ୟ ସାମିଲ ଅଛନ୍ତି। ସେହିପରି ଉତ୍ତମକୁମାର ରେଡ୍ଡୀଙ୍କ ଅଭିଯୋଗ କ୍ରମେ ୫୦ ପ୍ରତିଶତ ନୂଆ ପିସିସି ସଦସ୍ୟ ହୋଇଛନ୍ତି ଯେଉଁମାନେ ନିକଟରେ ଚନ୍ତ୍ରବାବୁ ନାଇଡୁଙ୍କ ପାର୍ଟି ତେଲଗୁ ଦେଶମ ପାର୍ଟିରୁ ଆସି ଯୋଗ ଦେଇଥିଲେ। ହେଲେ ଦଳରେ ଗତ ୬ ବର୍ଷ ହେଲା କାମ କରୁଥିବା ପୁରୁଣା ନେତାଙ୍କର କୌଣସି ମୂଲ୍ୟ ରହିଲା ନାହିଁ। ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।   

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.