ବନ୍ଧୁକ ମୁନରେ ୧୨ ଲକ୍ଷ ଟଙ୍କା ଲୁଟ୍, ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଆହତ

Published By : Prameya-News7 Bureau | July 09, 2024 IST

ସୋର ୯: ଗୁଳି ଫୁଟାଇ ନେଇଗଲେ ୧୨ ଲକ୍ଷ ଟଙ୍କା । ସିସିଟିଭି କ୍ୟାମେରାରେ ହେଲା ଲୁଟ୍‌ ବେଳର ଦୃଶ୍ଯ l ଗୁଳି ବାଜି ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଘଟିଛି ଲୁଟ୍ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ କୃପେଶ୍ୱର ପେଟ୍ରୋଲ ପମ୍ପର ଦୁଇ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ନୁପଦ ମହାପାତ୍ର ଏକ ବାଇକରେ ୧୨ ଲକ୍ଷ ଟଙ୍କା ନେଇ ବର୍ତନା ସ୍ଥିତ ଇଣ୍ଡିଆନ ବ୍ୟାଙ୍କରେ ଟଙ୍କା ଜମା କରିବା ଯାଉଥିଲେ । ସେହି ସମୟରେ ବ୍ୟାଙ୍କ ଫାଟକ ସମ୍ମୁଖରେ ଦୁଇଟି ପଲସର ଗାଡିରେ ୬ ଜଣ ଦୁର୍ବୃତ୍ତ ଟଙ୍କା ବ୍ୟାଗକୁ ଛଡାଇ ଥିଲେ । କିଛି ସମୟ ଧରି ଲୁଟେରା ଓ କର୍ମଚାରୀଙ୍କ ମଧ୍ୟରେ ଲଢେଇ ହୋଇଥିଲା । ଶେଷରେ ଲୁଟେରା ମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ l ପ୍ରଥମ ଗୁଳିଟି ବିଷ୍ଣୁଙ୍କ କାନ୍ଧ ଦେଇ ପଳାଇ ଯାଇଥିବା ବେଳେ ଦ୍ୱିତୀୟ ଗୁଳିଟି ବିଷ୍ଣୁଙ୍କ ଗୋଡ଼ରେ ବାଜିଥିଲା l ଲୁଟେରା ମାନେ ଟଙ୍କା ବ୍ୟାଗ ନେଇ ଆଗରପଡା ଆଡ଼କୁ ଫେରାର ହୋଇଯାଇଥିଲେ l ସ୍ଥାନୀୟ ଲୋକମାନେ ଭୟଭୀତ ଥିବା ବେଳେ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

You Can Read:

ସ୍ୱାଦ ହୋଟେଲକୁ ନେଇ ବଢୁଛି ବିବାଦ, ହୋଟେଲ ପରିସୀମା ମାପଚୁପ କଲା ପ୍ରଶାସନ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.