ଲକ୍ଷ୍ନୌ ମସଜିଦରୁ ଧରା ପଡିଥିବା ୧୨ ଜମାତି କରୋନା ପଜିଟିଭ୍, ସଂସ୍ପର୍ଶରେ ଆସି ୩୧ ସଂକ୍ରମିତ

Published By : Prameya-News7 Bureau | April 15, 2020 IST

ଲକ୍ଷ୍ନୌ ୧୫।୦୪: କରୋନା ଭାଇରସ୍‌କୁ ନେଇ ଉତ୍ତର ପ୍ରଦେଶ ପାଇଁ ଚିନ୍ତାଜନକ ଖବର। ଅଧିକାରୀଙ୍କ ଅନୁଯାୟୀ ରାଜଧାନୀ ଲକ୍ଷ୍ନୌର ସଦର ଅଞ୍ଚଳ ଦେଶର ସବୁଠୁ ବଡ ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି। ଏହି ଅଞ୍ଚଳରେ ମଙ୍ଗଳବାର ୩୧ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଠାରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୫୧କୁ ବୃଦ୍ଧି ଘଟିଛି। ଅଧିକାରୀଙ୍କ ଅନୁଯାୟୀ ଦେଶରେ କୌଣସି ବି ଗୋଟିଏ ଅଞ୍ଚଳରେ ଏତେ ସଂଖ୍ୟକ କରୋନା ପଜିଟିଭ୍ ମିଳିନାହିଁ।

ସଦର ସ୍ଥିତ ଅଲି  ଜାନ ମସଜିଦରେ ୧୨ ତବଲିଗି ଜମାତ ଲୋକ ରହିଥିଲେ। ପୋଲିସର ଚଢାଉ ପରେ ଏମାନେ ସବୁ ଧରା ପଡିଥିଲେ। ସମସ୍ତ ଜମାତି ୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜମାତିଙ୍କ ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ସଦରର ଏହି ଅଞ୍ଚଳକୁ ସଂପୂର୍ଣ୍ଣ ସିଲ୍ କରି ଦେଇଛି।

ସଦରରେ ତବଲିଗି ଜମାତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୂନା ଯାଞ୍ଚ କରାଯାଉଛି। ଏହା ପରେ ଗୋଟିଏ ପରେ ଗୋଟିଏ ରୋଗୀ ସାମ୍ନାକୁ ଆସୁଛନ୍ତି। ମଙ୍ଗଳବାର ଆସିଥିବା ରିପୋର୍ଟ ସମସ୍ତଙ୍କୁ ଆଚମ୍ବିତ କରିଛି। ଲକ୍ଷ୍ନୌରେ ମୋଟ୍ ୩୧ ଲୋକ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖାସ୍ କଥା ଏହା ଯେ, ଏହି ସବୁ ୩୧ ଜଣ ସଦର ଅଞ୍ଚଳର।

ଅଧିକାରୀ କହିଛନ୍ତି ପଜିଟିଭ୍‌ଙ୍କ ମଧ୍ୟରେ ୫ ନାବାଳକ, ୪ ମହିଳା ଓ ୨୨ ପୁରୁଷ ସାମିଲ। ପଜିଟିଭ୍ ଚିହ୍ନଟ ଏସବୁ ରୋଗୀ କୌଣସି ପ୍ରକାରରେ ଜମାତିଙ୍କ ଶୃଙ୍ଖଳାର ସଂସ୍ପର୍ଶରେ ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.