ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ବୋଲେରୋ, ୧୨ଜଣ ଆହତ

Published By : Prameya-News7 Bureau | August 05, 2021 IST

ମାଲକାନଗିରି ୫।୮: ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣରେ ଉଡିଲା ଏକ ଯାତ୍ରୀବାହୀ ବୋଲେରୋ । ୧୨ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭଙ୍କ ସହ ଡିଆରଜି ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

{"id":491206,"width":755,"height":415,"sizeSlug":"full","linkDestination":"none"}

ଆହତମାନଙ୍କୁ ଦନ୍ତେୱାଡା ମେଡିକାଲକୁ ପଠାଯାଇଛି । ଘଟିଆ ରାସ୍ତାରେ ଜବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ ଲଗାଇଥିଲେ । ଘଟଣା ପରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.