ଭୟାବହ ଅଗ୍ନିକାଣ୍ଡ : ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା

Published By : Prameya-News7 Bureau | December 05, 2020 IST

ଯାଜପୁର ୫।୧୨: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଆସବାବପତ୍ର ସହ ୧୨ ବଖରା ଘର ।

{"id":372787,"sizeSlug":"large"}

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇସାରିୟା ପଞ୍ଚାୟତ ହରିସ୍ତାଲ ଗାଁରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଟିକନ ମଳିକଙ୍କ ଘରେ ନିଆଁ ଲାଗିଯାଇଥିଲା । ଏହାପରେ ନିଆଁ ବ୍ୟାପି ଯାଇ ଭୟାବହ ଅଗ୍ନିକାଣ୍ଡ ହଇଥିଲା । ଫଳରେ ଅଗ୍ନିକାଣ୍ଡରେ ଜଳିଗଲା ୩ ପରିବାରର ୧୨ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଆସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି ।

{"id":372788,"sizeSlug":"large"}

ଘଟଣା ସମ୍ପର୍କରେ ଖବର ପାଇ ଦମକଳବାହୀନ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.