ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୨ବଖରା ଘର ଓ ଆସବାବପତ୍ର
29/02/2020 at 7:48 AM

ମୋରଡା ୨୯।୨: ନିଆଁରେ ଜଳିଗଲା ୧୨ବଖରା । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତର କମାରଗଡ଼ିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଇଲେକ୍ଟ୍ରି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ ଯେ, କମାରଗଡ଼ିଆ ଗାଁର ପଦନ ମୁର୍ମୁ, ଠୁମ୍ପୁ ମୁର୍ମୁ, ବାରସା ମୁର୍ମୁ ଏବଂ ରାଇମଣୀ ମୁର୍ମୁଙ୍କ ଘରେ ନିଆଁ ଲାଗି ୧୨ ବଖରା ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ପରେ ଘରେ ଥିବା ଧାନଚାଉଳ, ଆସବାବପତ୍ର ଠାରୁ ଆରମ୍ଭ କରି ଟଙ୍କା ପଇସା ସବୁ କିଛି ଜଳି ଯାଇଛି ।
ଖବର ପାଇ ଚିତ୍ରଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
Related Posts
କୋରାପୁଟରେ ଚାଞ୍ଚଲ୍ୟ, ଗଳା କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
6 February 2023