ତେଲକୋଇ ୨୭।୮: ଚକ୍ରଧର ଜଳ ପ୍ରକଳ୍ପକୁ ବିରୋଧ । କେନ୍ଦୁଝର ଜିଲ୍ଲା ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ସହ ଗାଡ଼ି ମୋଟର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଚକ୍ରଧର ସମନ୍ଵୟ ସମିତିର ସଭାପତି ପ୍ରକାଶ କରିଛନ୍ତି । ଚକ୍ରଧର ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତେଲକୋଇର ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ବାସଚ୍ୟୁତ ହେବାର ଆଶଙ୍କା କରି ଲୋକେ ଭୟଭୀତ ହୋଇପଡିଛନ୍ତି ।
ଦୀର୍ଘ ୪୦ ବର୍ଷ ହେବ ଲୋକେ ଏହାକୁ ବିରୋଧ କରି ଆସୁଥିବା ବେଳେ ଏବେ ପୁଣି ସେହି ପ୍ରକଳ୍ପକୁ ନେଇ ବଜେଟ୍ରେ ଅର୍ଥ ମଞ୍ଜୁର ହେବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହାକୁ ନେଇ ଅଞ୍ଚଳବାସୀ ବନ୍ଦ ପାଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ସମ୍ବଳିତ ଦାବି ପତ୍ର ତେଲକୋଇ ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯିବ ।
You Can Read:
ଦୁଇ ଦିନ ବିରତି ପରେ ପୁଣି ସରଗରମ ହେବ ବିଧାନସଭା, ଶୂନ୍ୟକାଳରେ ଉଠିପାରେ ସୁଭଦ୍ରା ଗାଇଡ୍ ଲାଇନ୍ ପ୍ରସଙ୍ଗ