ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

Published By : Prameya-News7 Bureau | July 04, 2022 IST

ଅନୁଗୁଳ ୦୪।୦୭: ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ । ଏହାସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ । ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ତାଳଚେର ମେଡିକାଲ କଲେଜକୁ ସରକାର ତୁରନ୍ତ ଚଳାଇବାର ତାରିଖ ଘୋଷଣା ଦାବିରେ ଏହି ଆନ୍ଦୋଳନକୁ ଓହ୍ଲାଇଛି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ।

ତେବେସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିବ। ଏହା ସହିତ ଆଜିଠାରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ମଧ୍ୟ ଆରମ୍ଭ ହୋଇଛି। ଫଳରେ ତାଳଚେରରୁ ରେଳ ଏବଂ ଟ୍ରକ୍ ଯୋଗେ ବାହାରକୁ କୋଇଲା ପରିବହନ ବନ୍ଦ ରହିଛି। ଏମସିଏଲ୍‌ର ବିଭିନ୍ନ କୋଇଲାଖ ଣି ଗୁଡିକରେ ମଧ୍ୟ କାର୍ଯ୍ୟବନ୍ଦ କରାଯାଇଛି। ଏହି ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ଅନୁଷ୍ଠାନର ସହଯୋଗ ଲୋଡିଛନ୍ତି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.