scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା, ସକାଳ ୬ରୁ ସଂଧ୍ୟା ୬ ଯାଏଁ ଅଖ-ଚକ ସବୁ ଠପ୍‌

5/10/2023 at 7:39 AM

ସୁନ୍ଦରଗଡ଼ ୦୫।୧୦ : ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡ଼ାକରା । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯାହାଫଳରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସୁନ୍ଦରଗଡ଼ ସହକାରୀ ଜିଲ୍ଲାପାଳ ରଶ୍ମିତା ମିଞ୍ଜ ଓ ଏଏସ୍‌ଆଇ ଆଲିଶା ଲୁଗୁନ୍‌ଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି । ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସମସ୍ତ ଦୋକାନ ବଜାର ପେଟ୍ରୋଲ ପମ୍ପ ସରକାରୀ ଓ ବେସରକାରୀ  ଅନୁଷ୍ଠାନ ସହିତ  ଶିକ୍ଷା ଅନୁଷ୍ଠାନ ଓ ଗାଡି ମୋଟର ବନ୍ଦ ରହିବ।

   Related Posts