୮ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ; ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ

Published By : Prameya-News7 Bureau | October 03, 2018 IST

ପୁରୀ ୩/୧୦ : ଆଜି ୧୨ଘଣ୍ଟିଆ ପୁରୀ ବନ୍ଦ । ଶ୍ରୀମନ୍ଦିରରେ ଧାଡି ଦର୍ଶନ, ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ ନକରିବା, ସାମ୍ବାଦିକ ଓ ସାଧାରଣ ଲୋକଙ୍କ ଉପରେ ପୋଲିସର ଲାଠି ମାଡ ଓ ଆକ୍ରମଣ ପ୍ରତିବାଦରେ ପୁରୀ ବନ୍ଦ ଡାକରା ଦିଆଯାଇଛି । ଜଗନ୍ନାଥ ସେନା ସହ କଂଗ୍ରେସ, ବିଜେପି ଓ ସେବାୟତ ସମାଜ ପକ୍ଷରୁ ଏହି ଡାକରା ଦିଆଯାଇଛି । ୮ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ରେଳସେବା, ମେଡିକାଲ୍ ଏବଂ ଶ୍ରୀମନ୍ଦିର ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ଏହି ସବୁ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ବଡ଼ଦାଣ୍ଡ ଓ ସିଂହଦ୍ବାର ସାମ୍ନାରେ ଧାରଣା, ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ଦୋଳନକାରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.