ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ, ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ
23/08/2022 at 7:53 AM

ଅନୁଗୁଳ ୨୩।୦୮: ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ପାଲଲହଡା ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଛି।

ସେହିପରି ଏହି ବନ୍ଦରେ ପାଲଲହଡା ସଚେତନ ନାଗରିକ ସଂଘ, ବଣିକ ସଂଘ,ପାଲଲହଡା ଏବଂ ଖମାର ସାମ୍ବାଦିକ ସଂଘ,ପାଲଲହଡା ବଣିକ ସଂଘ ଏବଂ ଆହୁରି ଅନେକ ସଂଗଠନ ସାମିଲ ଅଛନ୍ତି। ପାଲଲହଡାରେ ଦେୱାନି ଅଦାଲତ ପ୍ରତିଷ୍ଠା ଏବଂ ପାଲଲହଡା ଉପ କାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି।

Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023