ଆଜି ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା, ସାମ୍ବାଦିକଙ୍କୁ ନିର୍ଯାତନା ଦେବା ଘଟଣାରେ ପ୍ରତିବାଦ

Published By : Prameya-News7 Bureau | April 13, 2022 IST

ନୀଳଗିରି ୧୩।୦୪ : ବୁଧବାର ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା । ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇ ପୋଲିସ ନିର୍ଯାତନା ଦେବା ଘଟଣାରେ ପ୍ରତିବାଦ । ଏଥିରେ ନୀଳଗିରିର ସମସ୍ତ ରାଜନୈତିକ ଦଳ, ଜନସାଧାରଣ, ସାମ୍ବାଦିକ ସାମିଲ ହୋଇଛନ୍ତି ।

ତେବେ କେବଳ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବା ଛାଡିଦେଲେ ଆଉ ସମସ୍ତ ଅଫିସ ,ଦୋକାନ ବନ୍ଦ ହୋଇଛି। ସେରଗଡ଼ ଓ ଉଦଳା ରାଜ୍ୟରାଜପଥ ବନ୍ଦ କରି ଦିଆଯାଇଛି। ସାମ୍ବାଦିକଙ୍କ ଉପରେ ପୋଲିସର ଏଭଳି ଜୁଲମକୁ ସବୁ ଆଡେ ନିନ୍ଦା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.