AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା, ଆଦିବାସୀ ଭାଷା ଓ ଲିପିକୁ ସରକାରୀ ମାନ୍ୟତା ଦାବିରେ ଆନ୍ଦୋଳନ

20/12/2022 at 8:55 AM

ବାରିପଦା ୨୦।୧୨ :  ୧୨ ଘଣ୍ଟିଆ ମୟୁରଭଞ୍ଜ ଜିଲ୍ଲା ବନ୍ଦ ଡାକରା । ଆଦିବାସୀ ଭାଷା ଓ ଲିପିକୁ ସରକାରୀ ମାନ୍ୟତା ଦାବିରେ ମିଳିତ ଆଦିବାସୀ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସ୍ଥାନରେ ଦୋକାନା ବଜାର ସହ ଗାଡି ଚଳାଚଳ ବନ୍ଦ ରହିଛି ।

ଖବର ଅନୁଯାୟୀ, ଜିଲ୍ଲାରେ ୨୦୦୭ରେ ରାଜ୍ୟ ସରକାର ୧୦୦ ଜଣ ଅଲିଚିକି କନ୍ୟୁନିଟି ମୋବିଲାଇଜର ଓ ୨୦୦୯ରେ ୨୦ ଜଣ ମୁଣ୍ଡାରୀ ଶିକ୍ଷକଙ୍କୁ ନିଯୁକ୍ତ ଦେଇଥିଲେ । ସ୍ୱଳ୍ପ ଦରମା ପାଉଥିବା ସତ୍ତ୍ୱେ ବିଦ୍ୟାଳୟରେ ଏମାନେ ଅନ୍ୟ ଶିକ୍ଷକଙ୍କ ଭଳି ଶିକ୍ଷାଦାନ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ଆନୁସାଙ୍ଗିକ କାର୍ଯ୍ୟ କରିଆସୁଛନ୍ତି । ଦୀର୍ଘ ୧୫ ବର୍ଷ ଧରି ଏମାନେ ନିରବିଚ୍ଛନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି । ତେଣୁ ଏମାନଙ୍କୁ ସରକାର ନିୟମିତ କରିବାକୁ ଦାବି କରିଛନ୍ତି । ଏସଂପର୍କରେ ଏକ ଦାବିପତ୍ର ନେଇ ଶିକ୍ଷକମାନେ ଭୁବନେଶ୍ୱର ଯାଇଛନ୍ତି । ଦୀର୍ଘ ୨୮ ଦିନ ପରେ ଭୁବନେଶ୍ୱରରେ ପହଞ୍ଚି ପରେ ସରକାର ତାଙ୍ଗ ସହିତ କୌଣସି ପ୍ରକାର ଆଲୋଚନ କରୁନାହାନ୍ତି ।

ତେବେ ରାଜ୍ୟ ସରକାରଙ୍କ ଏଭଳି ଉଦାସୀନତାକୁ ବିରୋଧ କରି ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ମିଳିତ ଭାବେ ବନ୍ଦ ଡାକରା ଦିଆଯାଇଛି । ଆଦିବାସୀ-ମୂଳବାସୀ ମଞ୍ଚ’ ଓ ‘ଜିଲ୍ଲା ପେସା ଗ୍ରାମସବା ସମନ୍ୱୟ କମିଟି’, ‘ମାସା ଆର୍ମି’ ‘ମାଝୀ ପାର୍ଗାନା ମାହଲ, ମୁଣ୍ଡାରୀ ସମାଜ ସାୱାର ଜାମଡା, ଭଞ୍ଜସେନା ଆଦିବାସୀ ଶାଖାର ମିଳିତ ଭାବେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ ଡାକରା ଦେଇଛନ୍ତି।

   Related Posts