Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଇରଙ୍ଗପୁରରେ ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦର ପ୍ରଭାବ, ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ୍

22/05/2023 at 10:27 AM

ରାଇରଙ୍ଗପୁର ୨୨।୫: ସୋମବାର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟରେ ବିଦ୍ୟୁତ ବିଭ୍ରାଟ ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଉଛି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ଓ ମୟୂରଭଞ୍ଜ ନାଗରିକ ମଞ୍ଚ ବନ୍ଦ ଡାକରା ଦେଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି ।

ମୟୂରଭଞ୍ଜ ଜିଲ୍ଲା ପ୍ରଭାବ ସକାଳ ୬ରୁ ଦ୍ୱିପ୍ରହର ୧୨ ଘଟିକା ପର୍ଯ୍ୟନ୍ତ । ୬ଘଣ୍ଟିଆ ବନ୍ଦ ଡାକରା ରାଇରଙ୍ଗପୁରରେ ଦେଖିବାକୁ ମିଳିଛି । ବନ୍ଦର ପ୍ରଭାବରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ସମେତ ୭ଟି ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ସହ ଗାଡିମଟର ଚଳାଚଳ ବନ୍ଦ ରହିଛି । ବାମନଘାଟି ଉପଖଣ୍ଡ ଦେଇଯାଇଥିବା ୪୯ ନମ୍ବର ଜାତୟ ରାଜପଥ  ଓ ୨୨୦ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଗାଡି ଚଳାଚଳ ବନ୍ଦ ରହିଛି । 

ଉଲ୍ଲେଖଯୋଗ୍ୟ ଯେ, ଗତ ମେ’ ମାସ ୬ ତାରିଖରେ ବାରିପଦା ସହରରେ ରାଷ୍ଟ୍ରପତି ଅଭିଭାଷଣ ଦେଉଥିବା ସମୟରେ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଥିଲା । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଥିବା ପ୍ରଶାସନିକ କର୍ମଚାରୀମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଯଦି ଆଗାମୀ ଦିନରେ ପ୍ରଶାସନିକ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଆନ୍ଦୋଳକୁ ଅହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ବିଜେପି କର୍ମକର୍ତ୍ତା ।

ରାଷ୍ଟ୍ରପତି ଭାଷଣ ସମୟରେ ବିଦ୍ୟୁତ ବିଭ୍ରାଟ ଘଟଣା : ବାରିପଦାରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପ୍ରଭାବ

ବାରିପଦା ୨୨।୫: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତି ଭାଷଣ ସମୟରେ ବିଦ୍ୟୁତ ବିଭ୍ରାଟ ଘଟିବା ଏକ ଲଜ୍ଜାଜନକ ଘଟଣା । ଉକ୍ତ ଘଟଣାରେ ରାଜ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସୋମବାର ବିଜେପି ଓ ମୟୂରଭଞ୍ଜ ନାଗରିକ ମଞ୍ଚ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ କରିଛି । ଯାହାକୁ ନେଇ ବିଜେପି ଓ ମୟୂରଭଞ୍ଜ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟର ବନ୍ଦ କରାଯାଇଛି ।

ଶନିବାର ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଦିବସ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅନେକ ମାତ୍ରାରେ ଅବହେଳା ହୋଇଥିବାର ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସରେନ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣା ସାରା ଦେଶରେ ମୟୁରଭଞ୍ଜ ଜିଲ୍ଲାକୁ ଲଜ୍ଜିତ କଲା ଭଳି ଘଟଣା ଘଟିଛି । ଏହିଭଳି ଅବହେଳା ପ୍ରଦର୍ଶନ କରି ମୟୁରଭଞ୍ଜ ଜିଲ୍ଲାରେ ସୋମବାର ୧୨ ଘଣ୍ଟିଆ ବନ୍ଦ ହରତାଳ କରାଯାଉଛି ।

ଉଦଳାରେ ମୟୁରଭଞ୍ଜ ବନ୍ଦର ପ୍ରଭାବ, ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ବନ୍ଦ

ଉଦଳା ୨୨।୫: ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ । ବିଜେପି ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଥିବା ବେଳେ ଉଦଳାଠାରେ ନାଗରିକ ମଞ୍ଚ ପକ୍ଷରୁ ୬ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୁରଭଞ୍ଜ ଗସ୍ତ ବେଳେ ବାରିପଦାଠାରେ ଅଭିଭାଷଣ ଦେବା ସମୟରେ ବିଦ୍ୟୁତ କାଟକୁ ନେଇ ଏହି ଆନ୍ଦୋଳନ କରାଯାଇଛି । ଏହି ବନ୍ଦରେ ଉଦଳାରେ ଦୋକାନ ବଜାର ବନ୍ଦ ରହିବା ସହିତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ବିଜେପିର କର୍ମୀ ଏବଂ ନାଗରିକ ମଞ୍ଚ ସଦସ୍ୟମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଛି ।

   Related Posts