ଲଇକେରାକୁ ସବଡିଭିଜନ ମାନ୍ୟତା ଦାବି, ୧୨ ଘଣ୍ଟିଆ ଲଇକେରା ବନ୍ଦ

Published By : Prameya-News7 Bureau | March 05, 2024 IST

ଝାରସୁଗୁଡ଼ା ୦୫।୦୩ :  ଲଇକେରାକୁ ସବଡିଭିଜନ ମାନ୍ୟତା ଦାବି । ୧୨ ଘଣ୍ଟିଆ ଲଇକେରା ବନ୍ଦ ଡାକରା । ସବ୍‌ଡିଭିଜିନ୍‌ ମାନ୍ୟତା ଦାବି ନେଇ ଉପଖଣ୍ଠ  ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଦୋକାନ ବଜାର, ସ୍କୁଲ, କଲେଜ ଆଦି ବନ୍ଦ ରହିଛି ।

ଜିଲ୍ଲା ମୁଖ୍ୟାଳୟର କୌଣସି ଉପଖଣ୍ଡ ନଥିବା ବେଳେ, ଯେ କୌଣସି କାମ ପାଇଁ ପାଇଁ ଝାରସୁଗୁଡା ଜିଲ୍ଲା ସଦର ମହକୁମାକୁ ଯିବାକୁ ପଡିଥାଏ । ଜିଲ୍ଲା ମୁଖ୍ୟାଳୟରୁ ଲଇକେରା ବ୍ଲକ ୨୬ କିମି ଦୁରରେ ଥିବା ବେଳେ, ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳ ପ୍ରାୟ ୬୫ କିମିରୁ ଅଧିକ ଦୂରରେ ରହିଛି । ପ୍ରତିଦିନ ଅନେକ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ବି କୌଣସି ସମାଧାନ ହୋଇପାରିନଥିଲା । ଶେଷରେ ୧୨ ଘଣ୍ଟିଆ ଲଇକେରା ବନ୍ଦ ଡାକରା ଦିଆଯାଇଛି । ଉପଖଣ୍ଠ ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଯାହାକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି ।

wp:embed {"url":"https://www.prameyanews7.com/bolero-fall-in-well-at-patna/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bolero-fall-in-well-at-patna/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.