ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

୧୨ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ, ମୟୁରଭଞ୍ଜ ମୁକ୍ତିମୋର୍ଚ୍ଚା ପକ୍ଷରୁ ରେଳ ସଂଯୋଗୀକରଣ ଦାବି

26/08/2022 at 8:54 AM

ଉଦଳା ୨୬।୮: ୧୨ ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ ଡାକରା । ଦୀର୍ଘ ଦିନରୁ ବାରମ୍ବାର ହୋଇ ଆସୁଥିବା ଦାବିକୁ ପୁଣି ଦୋହରାଇଛି ମୟୁରଭଞ୍ଜ ମୁକ୍ତିମୋର୍ଚ୍ଚା । କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀକରଣ ଦାବିରେ ମୟୁରଭଞ୍ଜ ମୁକ୍ତିମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କପ୍ତିପଦା ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଶୁକ୍ରବାର ସକାଳ ସମୟରୁ ମୁକ୍ତିମୋର୍ଚ୍ଚାର ସଦସ୍ୟମାନେ ପିକେଟିଂ କରିବା ସହିତ ଦୋକାନ ବଜାର ବନ୍ଦ କରିଛନ୍ତି ।

ତେବେ ଉଦଳା ବଣିକ ସଂଘ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ନଥିବା ବେଳେ ଦିନ ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ କରିବାକୁ ବଣିକ ସଂଘ ନିଷ୍ପତ୍ତି ନେଇଛି । ଏହାପରେ ଦୋକାନ ବଜାର ଖୋଲା ରହିବ । ଏହି ବନ୍ଦ ଡାକରାରେ କପ୍ତିପଦା, ଉଦଳା, ଖୁଣ୍ଟା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ଦୋକାନ ବଜାର ବନ୍ଦ ହୋଇଛି । ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

   Related Posts