ଗ୍ରୀନ୍ ଜୋନ୍‌ରେ କୋହଳରୁ ସ୍ଥିତି ଅସମ୍ଭାଳ, ଜଗତସିଂହପୁରରେ ୧୨ ଘଣ୍ଟିଆ କର୍ଫ୍ୟୁ

Published By : Prameya-News7 Bureau | May 04, 2020 IST

ଜଗତସିଂହପୁର ୪।୫: ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରାଯାଇଛି । ଜିଲ୍ଲାରେ କର୍ଫ୍ୟୁ ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଦୁଇ ସପ୍ତାହ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ । ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଘୋଷଣା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

{"id":264468,"sizeSlug":"large"}

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଗ୍ରୀନ୍ ଜୋନ୍‌ରେ ରହିଛି ଜଗତସିଂହପୁର ଜିଲ୍ଲା । ବାହାର ରାଜ୍ୟକୁ ଜିଲ୍ଲାକୁ ଅଧିକାଂଶ ଲୋକ ଫେରୁଛନ୍ତି । ବର୍ତ୍ତମାନ ଅଧିକ ସଚେତନ ହେବା ସହ କଡା ପଦକ୍ଷେପ ନେବାର ସମୟ ଆସିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

{"id":264469,"sizeSlug":"large"}

ଲକ୍ ଡାଉନ୍ ୨.୦ର ଯାହା ଗାଇଡ୍ ଲାଇନ୍ ରଖାଯାଇଥିଲା ତାହା ମଧ୍ୟ ଲକ୍ ଡାଉନ୍ ୩.୦ରେ ପାଳନ କରାଯିବ । ତେବେଏହି କର୍ଫ୍ୟୁ ଲକ୍ ଡାଉନ୍ ୩.୦ ବଳବତ୍ତର ରହିବା ପର୍ଯ୍ୟନ୍ତ ରହିବ । ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବା ନେଇ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.